ଡିନ୍‌ ଜୋନ୍ସଙ୍କୁ ମନେପକାଇଲା ମେଲବୋର୍ଣ୍ଣ

ମେଲବୋର୍ଣ୍ଣ : ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମେଲବୋର୍ଣ୍ଣରେ ଆରମ୍ଭ ହୋଇଥିବା ବକ୍ସିଂ ଡେ ଟେଷ୍ଟରେ ପ୍ରଖ୍ୟାତ କ୍ରିକେଟର ଡିନ୍ ଜୋନ୍ସ ମନେ ପଡ଼ିଛନ୍ତି। ଡିନଙ୍କ ଘରୋଇ ପଡ଼ିଆ ମେଲବୋର୍ଣ୍ଣରେ ଖେଳ ଆରମ୍ଭରୁ ଦୁଇ ଦଳ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳି ମାନେ ମନେ ପକାଇଥିଲେ। ଏହି ଅବସରରେ ଡିନ୍ ଜୋନ୍ସଙ୍କ ପତ୍ନୀ, ଝିଅଙ୍କ ସମେତ କିମ୍ବଦନ୍ତୀ ଆଲାନ୍ ବର୍ଡର ପ୍ରମୁଖ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଡିନ୍ ଜୋନ୍ସଙ୍କ ପରିବାର ଓ ଆଲାନ ବର୍ଡର ଚା ପାନ ବିରତି ସମୟରେ ଖେଳାଳିମାନଙ୍କ ସହିତ କିଛି ବାର୍ତ୍ତାଳାପ କରିଥିଲେ। ଅନ୍ୟପକ୍ଷରେ ଆଲାନ ବର୍ଡର, ଡିନ୍‌ ଜୋନ୍ସଙ୍କ ପତ୍ନୀ ଜାନେ, ଝିଅ ଅଗଷ୍ଟା ଓ ଫୋବେ ବାଉଣ୍ଡାରୀ ଲାଇନ୍‌ କଡ଼ରେ ଚାଲିଚାଲି ବୁଲିବାର ଦେଖିବାକୁ ମିଳିଥିଲା। ଭାରତୀୟ ଦଳର ୧୨ ନମ୍ବର ଖେଳାଳି ଲୋକେଶ ରାହୁଲ ଓ ଅଷ୍ଟ୍ରେଲିଆର ଜେମ୍ସ ପ୍ୟାଟିନ୍‌ସନ ବାଉଣ୍ଡୁରୀ ଲାଇନ୍‌ରେ ଜୋନ୍ସ ପରିବାର ସଦସ୍ୟଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଉକ୍ତ ମ୍ୟାଚର ପ୍ରଥମ ଦିନରେ ଷ୍ଟାଡ଼ିୟମରେ ୩୦ ହଜାର ଦର୍ଶକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ ) ଭାଷ୍ୟକାର ଦାୟିତ୍ବ ତୁଲାଇବାକୁ ଭାରତ ଆସିଥିବା ଜୋନ୍ସଙ୍କ ମୁମ୍ବଇରେ ପରଲୋକ ହୋଇଥିଲା।

Comments are closed.