‘ଦବଙ୍ଗ-୩’ରେ ଡିମ୍ପଲ୍‍ କପାଡ଼ିଆଙ୍କ ଏଣ୍ଟ୍ରି

ମୁମ୍ବଇ : ସଲମାନ ଖାନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ଦବଙ୍ଗ-୩’ରେ ଅଭିନେତ୍ରୀ ଡିମ୍ପଲ୍‍ କପାଡ଼ିଆଙ୍କ ଏଣ୍ଟ୍ରି ହୋଇଛି। ଏଥିରେ ସେ ସଲମାନଙ୍କ ମାଆ ଭୂମିକାରେ ଅଭିନୟ କରିବେ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ‘ଦବଙ୍ଗ’ରେ ମଧ୍ୟ ଡିମ୍ପଲ ସଲମାନଙ୍କ ମାଆ ନୈନୀ ଦେବୀଙ୍କ ଭୂମିକାରେ ଅଭିନୟ କରିଥିଲେ। ‘ଦବଙ୍ଗ-୩’ର ନିର୍ଦ୍ଦେଶନା ଭାର ପ୍ରଭୁଦେବା ବହନ କରିଛନ୍ତି। ନିକଟରେ ସଲମାନ ଚଳଚ୍ଚିତ୍ରର ଏକ ଭାଗ ମଧ୍ୟପ୍ରଦେଶରେ ଶୁଟିଂ କରିଛନ୍ତି। ସଲମାନଙ୍କ ଭାଇ ଅରବାଜ ଖାନ ଏହି ଚଳଚ୍ଚିତ୍ର ନିର୍ମାଣ କରୁଛନ୍ତି। ଏହା ଚଳିତ ବର୍ଷ ଡିସେମ୍ବର ମାସରେ ମୁକ୍ତିଲାଭ କରିବ।

Comments are closed.