ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ଯ୍ୟକ୍ରମ

ଫୁଲବାଣୀ: ଦୁଇ ଦିନିଆ କନ୍ଧମାଳ ସଂସଦୀୟ କ୍ଷେତ୍ରର ସମୀକ୍ଷା କାର୍ୟ୍ୟକ୍ରମ ଅବସରରେ ଜିଲ୍ଲାର ଭବିଷ୍ୟତ କାର୍ୟ୍ୟପନ୍ଥା ନେଇ ଆଜି ଫୁଲବାଣୀ ଠାରେ ବିଜେଡ଼ି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ମହିଳା ସଭାପତି ପୁନମ୍ କହଁର, ବିଜୁ ଯୁବ ସଭାପତି ବିଷ୍ଣୁ ଚରଣ ମଲ୍ଳିକ ଓ ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠିଙ୍କ ସମେତ ବିଜେଡ଼ିର ବରିଷ୍ଠ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ସେହିପରି ନିକଟରେ ଭୂମିପୂଜନ ଶେଷ ହୋଇଥିବା କନ୍ଧମାଳ ଜିଲ୍ଲା ଫୁଲବାଣୀ ଓ ବାଲିଗୁଡ଼ାଠାରେ ଦୁଇ କର୍ପୋରେଟ୍ ହସ୍ପିଟାଲ୍ ଓ ଦୁଇ ଦିବାଧ୍ୟାୟୀ ବିଦ୍ୟାଳୟର ନିର୍ମାଣ କାର୍ୟ୍ୟ କିଭଳି ତ୍ୱରାନ୍ୱିତ କରାଯିବ ସେ ନେଇ ଶ୍ରୀ ସାମନ୍ତ ଏଥିରେ ନିୟୋଜିତ ଇଂଜିନିୟର ଓ ଠିକାଦାରଙ୍କ ସହ ଆଲୋଚନା କରିଥିଲେ। ଅପରାହ୍ନରେ ଶ୍ରୀ ସାମନ୍ତ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ପହଞ୍ଚି ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଜିଲ୍ଲାର ଉନ୍ନୟନ କାର୍ୟ୍ୟର ସମୀକ୍ଷା କରିଥିଲେ। ଏହି ଅବସରରେ ଶ୍ରୀ ସାମନ୍ତ ସ୍ଥାନୀୟ ଲୋକଙ୍କୁ ଭେଟି ସେମାନଙ୍କ ସମ୍ପର୍କରେ ପଚାରି ବୁଝିବା ସହ ଜିଲ୍ଲାର ବିକାଶ ନେଇ ଆଲୋଚନା କରିଥିଲେ।

Comments are closed.