ସୁଇମିଙ୍ଗ ଚାମ୍ପିୟନସ୍ପିପରେ ଟେକନିକାଲ ଅଧିକାରୀ ହେବେ ଦିଲାୱର

ସମ୍ବଲପୁର: ଆସନ୍ତା ୨୪ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ୟ୍ୟନ୍ତ କର୍ଣ୍ଣାଟକ ରାଜ୍ୟର ରାଜଧାନୀ ବେଙ୍ଗାଲୁରୁରେ ଆୟୋଜିତ ହେବାକୁ ଥିବା ୧୦ମ ଏସିଆନ ଏଜ ଗ୍ରୃପ ଚମ୍ପିୟାନସିପ ୨୦୧୯ରେ ଟେକନିକାଲ ଅଧିକାରୀ ଭାବରେ ନିଯୁକ୍ତ ହୋଇଛନ୍ତି ଦିଲାୱର ହୁସେନ। ଓଡିଶା ରାଜ୍ୟ ସୁଇମିଙ୍ଗ ଆସୋସିଏସନର ସାଧାରଣ ସମ୍ପାଦକ ଦିଲାୱର ଜଣେ ସ୍ୱିକୃତପ୍ରାପ୍ତ ସୁଇମିଙ୍ଗ କୋଚ ଅଟନ୍ତି। ସେ ନେସନାଲ ଇନଷ୍ଟିଟ୍ୟୁଟ ଅଫ ସ୍ପୋର୍ଟସ, ପାଟିଆଲାରୁ ଟ୍ରେନିଂ ନେଇଛନ୍ତି। ପୂର୍ବରୁ ଆସାମ ରାଜ୍ୟର ଗୋହାଟି ଠାରେ ଅନୁଷ୍ଠିତ ଦକ୍ଷିଣ – ପୂର୍ବ ଏସିଆନ ସୁଇମିଙ୍ଗ ଚାମ୍ପିୟନସିପରେ ମଧ୍ୟ ସେ ଟେକନିକାଲ ଅଧିକାରୀ ଭାବରେ ଦାୟିତ୍ୱ ନିର୍ବାହ କରିଛନ୍ତି। ଓଡିଶାରୁ ତାଙ୍କୁ ଟେକନିକାଲ ଅଧିକାରୀ ଭାବରେ ଚୟନ କରାଯାଇଥିବାରୁ ରାଜ୍ୟ ସୁଇମିଙ୍ଗ ଆସୋସିଏସନ ଓ କ୍ରିଡାପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ଶନିବାର ଦିନ ସମ୍ବଲପୁରରୁ ଦିଲାୱର ବାଙ୍ଗାଲୁରୁ ପାଇଁ ଯାତ୍ରାରମ୍ଭ କରିଛନ୍ତି ବୋଲି ସହାୟକ ସାଧାରଣ ସମ୍ପାଦକ ଲକ୍ଷ୍ମୀ ଚନ୍ଦ୍ର ମହାକୁର ସୂଚନା ଦେଇଛନ୍ତି।

Comments are closed.