୩ ବର୍ଷ ଜେଲ୍‌ ଦଣ୍ଡାଦେଶ ପରେ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ

  • ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲବଣ୍ଡରେ ଜାମିନ
  • ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ଜାମିନ ମିଳିଛି

ଭୁବନେଶ୍ବର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କୋଲବ୍ଲକ୍ ଆବଣ୍ଟନ ମାମଲାରେ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ମିଳିବା ପରେ ଜାମିନ୍ ମଧ୍ୟ ମିଳିଯାଇଛି। ସୋମବାର ପୂର୍ବାହ୍ନ ୧୧ ଟାବେଳେ ସିବିଆଇର ଏକ ସ୍ୱତନ୍ତ୍ର କୋର୍ଟ ଦିଲ୍ଲୀପ୍ ରାୟଙ୍କ ସମେତ ୩ ଜଣଙ୍କୁ ଜେଲ୍ ଦଣ୍ଡରେ ଦଣ୍ଡିତ କରିଥିଲେ। ଏନେଇ ଦିଲ୍ଲୀପ ରାୟ ସେହି କୋର୍ଟରେ ଜାମିନ ଆବେଦନ କରିଥିବା ବେଳେ କୋର୍ଟ ତାଙ୍କୁ ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କା ବେଲ୍ ବଣ୍ଡରେ ଜାମିନ୍ ଦେଇଛନ୍ତି । ସେହିପରି ଦିଲୀପଙ୍କ ସହ ଅନ୍ୟ ୨ ଦୋଷୀଙ୍କୁ ମଧ୍ୟ ଜାମିନ ମିଳିଛି।

କୋଇଲା ବ୍ଲକ ଆବଂଟନରେ ଅନିୟମିତତା ଓ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ସୋମବାର ଦିନ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ଅନ୍ୟ ଦୁଇ ପୂର୍ବତନ ସରକାରୀ ଅଧିକାରଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କାର ଜରିମାନା କରିଛନ୍ତି।
ତେବେ ଜେଲ ଦଣ୍ଡାଦେଶ ଶୁଣାଇବାର କିଛି ସମୟ ପରେ ସମସ୍ତଙ୍କୁ ଜାମିନ ମିଳିଛି। ଦିଲୀପ ରାୟଙ୍କ ସହ ଅନ୍ୟ ଦୁଇ ଅଧିକାରୀଙ୍କୁ ମଧ୍ୟ ଜାମିନ ମିଳିଥିବା ଜଣାଯାଇଛି। ଜଣେ ଜାମିନଦାର ଓ ୧ ଲକ୍ଷ ଟଙ୍କାର ବେଲବଣ୍ଡରେ ଦିଲୀପ ରାୟଙ୍କୁ ଜାମିନ ମିଳିଥିବା ଜଣାଯାଇଛି।
୧୯୯୯ ମସିହାରେ କୋଇଲା ଖାଦାନ ଆବଣ୍ଟନ ମାମଲାରେ ଅନିୟମିତତା ନିମନ୍ତେ ପୂର୍ବତନ କେନ୍ଦ୍ର କୋଇଲା ମନ୍ତ୍ରୀ ଦିଲିପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ଆଜି ସିବିଆଇ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ମଧ୍ୟ ସିବିଆଇ ସ୍ୱତନ୍ତ୍ର ଅଦାଲତ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ କରିଛନ୍ତି। ପୂର୍ବରୁ ଦଣ୍ଡ ଘୋଷଣା ନେଇ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁ ଅଦାଲତ ଆଜି ଏହା ଘୋଷଣା କରିବେ ବୋଲି ପୁନର୍ବାର ଘୋଷଣା କରିଥିଲେ। ଏହି ମାମଲାରେ ସିବିଆଇ ଦିଲୀପଙ୍କୁ ଆଜୀବନ କାରାବାସ ପ୍ରଦାନ କରାଯିବା ନିମନ୍ତେ ସ୍ବତନ୍ତ୍ର ଅଦାଲତରେ ଯୁକ୍ତି ବାଢ଼ିଥିଲା। ଅନ୍ୟପକ୍ଷରେ ଦିଲିପଙ୍କ ଓକିଲ ତାଙ୍କର ବୟସ ଓ ପୂର୍ବର ଉତ୍ତମ ଛବିକୁ ଦୃଷ୍ଟିରେ ରଖି ଦଣ୍ଡ ବିଧାନ କୋହଳ କରିବାକୁ ଅଦାଲତରେ ଅନୁରୋଧ କରିଥିଲେ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସ୍ବତନ୍ତ୍ର ଅଦାଲତର ବିଚାରପତି ଭରତ ପରାଶର ଦଣ୍ଡାଦେଶ ଅକ୍ଟୋବର ୨୬ରେ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ।
୧୯୯୯ ମସିହାର କୋଇଲା ଦୁର୍ନୀତି ମାମଲାରେ ଦିଲୀପଙ୍କ ସହ କୋଇଲା ମନ୍ତ୍ରାଳୟରେ ଥିବା ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମଙ୍କୁ ଅଦାଲତ ପୂର୍ବରୁ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି କାଷ୍ଟନ୍ ଟେକନୋଲୋଜି ଲିମିଟେଡ୍, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଏବଂ କାଷ୍ଟନ୍ ମାଇନିଂ ଲିମିଟେଡକୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଥିଲା।

Comments
Loading...