ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଦିଲୀପ୍ କୁମାର

0

ନୂଆଦିଲ୍ଲୀ: ବଲିଉଡର ବର୍ଷିୟାନ ଅଭିନେତା ଦିଲୀପ୍ କୁମାର ପୁଣି ଅସୁସ୍ଥ ହୋଇ ପଡିଛନ୍ତି । ୯୫ ବର୍ଷିୟ ଦିଲୀପ କୁମାର ନିମୋନିଆ ରୋଗରେ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଦୀଲିପଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ତାଙ୍କର ପରିବାରିକ ମିତ୍ର ଫୌସଲ ଫାରୁକ୍ ଟ୍ବୁଟ୍ ମଧ୍ୟମରେ ସୂଚନା ଦେଇଛନ୍ତି । ବିଗତ କିଛି ଦିନ ପୂର୍ବରୁ ଦୀଲିପଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନାହିଁ । ଛାତିରେ ଯନ୍ତ୍ରଣା ଓ ଇମ୍ଫେକସନ ଯୋଗୁଁ ସେପ୍ଟେମ୍ବରରେ ଦିଲ୍ଲୀପ କୁମାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଦିଲୀପ ‘ମୁଗଲ-ଏ-ଆଜମ’, ‘ଶକ୍ତି’, ‘ରାମ ଅର୍ ଶ୍ୟାମ’ ଏବଂ ‘ସୌଦାଗର’ ଭଳି ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି ।

Leave A Reply