ବିଧାୟକ ପଦରୁ ଇସ୍ତଫା ଦେଲେ ଦିଲ୍ଲୀପ ରାୟ

0

ଭୁବନେଶ୍ବର: ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଶୁକ୍ରବାର ପଦରୁ ଇସ୍ତଫା ଦେଇଛନ୍ତି । ବିଧାନସଭାର ବାଚସ୍ପତିଙ୍କୁ ଭେଟି ଦିଲ୍ଲୀପ ରାୟ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ଏହା ସହ ବିଜେପି ଦଳରୁ ମଧ୍ୟ ଇସ୍ତଫା ଦେବେ ବୋଲି ସେ ଟୁଇଟ କରି ଜଣାଇଛନ୍ତି ।  ଆଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ଅସନ୍ତୋଷ ଥିଲେ । ଏନେଇ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ରାଉରକେଲା ବାସିନ୍ଦାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରି ନପାରିବାରୁ ସେ ବିଧାୟକ ପଦ ଛାଡିଛନ୍ତି ବୋଲି କହିଛନ୍ତି ।

ଶୁକ୍ରବାର ସକାଳେ ୧୦ଟାରେ ଦିଲ୍ଲୀପ ରାୟ ବାଚସ୍ପତି ପ୍ରଦିପ୍ ଅମାତଙ୍କୁ ଭେଟି ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଛି ବୋଲି ବାଚସ୍ପତି ଶ୍ରୀ ଅମାତ ଗଣମାଧ୍ୟମରେ କହିଛନ୍ତି ।

Leave A Reply