କୋଇଲା ଖଣି ଆବଣ୍ଟନ ମାମଲା; ଅକ୍ଟୋବର ୨୬କୁ ଘୁଞ୍ଚିଲା ଦିଲିପ ରାୟଙ୍କ ଦଣ୍ଡ ବିଧାନ ଶୁଣାଣି

ଭୁବନେଶ୍ବର:  ୧୯୯୯ରେ ଝାଡ଼ଖଣ୍ଡର ଏକ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ସଂକ୍ରାନ୍ତ ଏକ ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲୀପ ରାୟଙ୍କୁ ସ୍ବତନ୍ତ୍ର ଅଦାଲତ ଅକ୍ଟୋବର ୬ ତାରିଖ ଅର୍ଥାତ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଥିଲା । ତେବେ ଏହି ମାମଲାର ଦଣ୍ଡବିଧାନ ତାରିଖ ଅକ୍ଟୋବର ୧୪ରେ ଧାର୍ଯ୍ୟ ହୋଇଥିଲା। ଆଜି ଏହାକୁ ଅକ୍ଟୋବର ୨୬କୁ ଘୁଞ୍ଚାଇ ଦିଆଯାଇଛି । ଅକ୍ଟୋବର ୨୬ରେ ସମସ୍ତ ଦୋଷୀଙ୍କୁ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେବା ସହ କରୋନା ପାଇଁ ସମସ୍ତ ସତର୍କତା ଅବଲମ୍ବନ କରିବାକୁ  ବିଚାରପତି ଭରତ ପରାଶର କହିଛନ୍ତି ।

 

Comments are closed.