କୋଲ୍‍ ସ୍କାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ : କୋଲ୍‍ ସ୍କାମରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହୋଇଥିବା ମଙ୍ଗଳବାର ଜଣାପଡ଼ିଛି। ପ୍ରଥମ ମନ୍ତ୍ରୀ ଭାବେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡ଼ିଏ ସରକାରରେ ମନ୍ତ୍ରୀ ଥିବା ଦିଲ୍ଲୀପଙ୍କୁ ଦିଲ୍ଲୀର ସ୍ପେଶାଲ କୋର୍ଟ ଜଜ ପରାଶର ଦୋଷୀ ସାବ୍ୟସ୍ତ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶିତ ହୋଇଛି।
ସୂଚନା ଯୋଗ୍ୟ, ଦିଲ୍ଲୀପଙ୍କ ଉପରେ ୧୯୯୯ରେ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା କରିଥିବା ନେଇ ଅଭିଯୋଗ ହୋଇଥିଲା।  ଆସନ୍ତା ୧୪ରେ କୋର୍ଟ ତାଙ୍କୁ ଦଣ୍ଡ ଘୋଷଣା କରିବେ ବୋଲି ସୂଚନା ମିଳିଛି।

Comments
Loading...