ଆସନ୍ତାକାଲି ରିଲିଜ୍‍ ହେବ ‘ଦିଲ୍‍ ବେଚାରା’ର ଟ୍ରେଲର

ମୁମ୍ବଇ: ଆସନ୍ତାକାଲି ଅର୍ଥାତ୍‍ ଜୁଲାଇ ୬ ତାରିଖରେ ରିଲିଜ୍‍ ହେବ ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ‘ଦିଲ୍‍ ବେଚାରା’ର ଟ୍ରେଲର। ଚଳଚ୍ଚିତ୍ରରେ ନାୟିକା ଭୂମିକାରେ ଅଭିନୟ କରିଥିବା ନବାଗତା ସଞ୍ଜନା ସାଂଘୀ ସାମିଜକ ଗଣମାଧ୍ୟମ ଜରିଆରେ ଏହି ସୂଚନା ଦେଇଛନ୍ତି। ନିର୍ଦ୍ଦେଶକ ମୁକେଶ ଛାବଡ଼ା ମଧ୍ୟ ଫିଲ୍ମର ଏକ ପୋଷ୍ଟର ଶେୟାର କରି ଟ୍ରେଲର ରିଲିଜ୍‍ ନେଇ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ‘ଦିଲ୍‍ ବେଚାରା’ଦୁଇ କ୍ୟାନ୍ସର ରୋଗୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ। ଜୁଲାଇ ୨୪ ତାରିଖରେ ଡିଜ୍ନି ପ୍ଲସ୍‍ ହଟ୍‍ଷ୍ଟାରରେ ଏହା ମୁକ୍ତିଲାଭ କରିବ। ଫିଲ୍ମକୁ ସିନେମା ହଲରେ ରିଲିଜ୍‍ କରିବାକୁ ସୁଶାନ୍ତଙ୍କ ପ୍ରଶଂସକମାନେ ଅନୁରୋଧ କରିଥିଲେ ମଧ୍ୟ କରୋନା ପାଇଁ ଏହାକୁ ଡିଜିଟାଲ ପ୍ଲାଟଫର୍ମରେ ରିଲିଜ କରାଯାଉଛି। ସୁଶାନ୍ତଙ୍କର ଏହା ଶେଷ ଫିଲ୍ମ ହୋଇଥିବା ବେଳେ ସଞ୍ଜନା ଏହି ଚଳଚ୍ଚିତ୍ର ଜରିଆରେ ନିଜ କ୍ୟାରିୟର ଆରମ୍ଭ କରିଛନ୍ତି।

Comments are closed.