ଆଉ ମାତ୍ର କିଛି ସମୟରେ ଦର୍ଶକଙ୍କ ନିକଟରେ ପହଞ୍ଚିବ ସୁଶାନ୍ତଙ୍କ ଶେଷ ଭେଟି

*ସମ୍ପୂର୍ଣ୍ଣ ମାଗଣାରେ ଦେଖିପାରିବେ ‘ଦିଲ୍‍ ବେଚାରା’

ମୁମ୍ବଇ: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଉ ମାତ୍ର କିଛି ସମୟରେ ପରେ ରିଲିଜ୍‍ ହେବ ବଲିଉଡ଼ ଅଭିନେତା ସ୍ୱର୍ଗତଃ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‍ ବେଚାରା’। ଏହା ସୁଶାନ୍ତଙ୍କ ପରିବାର, ପ୍ରଶଂସକ ଓ ତାଙ୍କ ଭଲପାଉଥିବା ପ୍ରତ୍ୟେକ ବ୍ୟକ୍ତି ପାଇଁ ହେବ ଏକ ଭାବପ୍ରବଣତାର ମୁହୂର୍ତ୍ତ। ଖାସ୍‍ କଥା ହେଉଛି ଆପଣଙ୍କ ପ୍ରିୟ ଅଭିନେତାଙ୍କ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ରକୁ ଆପଣ ସମ୍ପୂର୍ଣ୍ଣ ମାଗଣା ଦେଖିପାରିବେ।

‘ଦିଲ୍‍ ବେଚାରା’ ଆଜି ଅର୍ଥାତ ୨୪ ଜୁଲାଇ ସଂନ୍ଧ୍ୟା ୭.୩୦ରେ ଡିଜ୍ନୀ ପ୍ଲସ୍‍ ହଟ୍‍ଷ୍ଟାରରେ ରିଲିଜ୍‍ ହେବ। ପ୍ରଶଂସକଙ୍କ ଭାବନାକୁ ଦୃଷ୍ଟିରେ ରଖି ହଟଷ୍ଟାର ଏହି ଫିଲ୍ମକୁ ଫ୍ରି କରିଦେଇଛି। ଏହାର ଅର୍ଥ ଯଦି ଦର୍ଶକ ହଟଷ୍ଟାର ପ୍ରିମିୟମ ମେମ୍ବର ନୁହଁନ୍ତି ତାହେଲେ ମଧ୍ୟ ସେମାନେ ଏହାକୁ ଦେଖିପାରିବେ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ଏହି ଚଳଚ୍ଚିତ୍ରରେ ନାୟିକା ସାଜିଛନ୍ତି ନବାଗତା ସଞ୍ଜନା ସାଂଘୀ। ଫିଲ୍ମର ଟ୍ରେଲରକୁ ଜୁଲାଇ ୬ ତାରିଖରେ ୟୁଟ୍ୟୁବରେ ରିଲିଜ୍‍ କରାଯାଇଥିଲା ଏବଂ ଏହାକୁ ଦର୍ଶକେ ଖୁବ୍‍ ଭଲପାଇବା ଦେଇଥିଲେ। ଏହା ସୁଶାନ୍ତଙ୍କ ଏବେ ପଯ୍ୟର୍ନ୍ତର ସବୁଠାରୁ ଅଧିକ ଦେଖା ହୋଇଥିବା ଟ୍ରେଲର ପାଲଟିଛି। ଟ୍ରେଲର ରିଲିଜ୍‍ ହେବା ପରଠାରୁ ସୁଶାନ୍ତଙ୍କ ପ୍ରଶଂସକ ଫିଲ୍ମର ରିଲିଜ୍‍କୁ ଚାତକ ଭଳି ଚାହିଁ ରହିଛନ୍ତି।

Comments are closed.