ଦିଗବିଜୟଙ୍କ ବିବାଦୀୟ ମନ୍ତବ୍ୟ; ମନ୍ଦିରରେ ହେଉଛି ବଳାତ୍କାର

0

ଭୋପାଳ : କଂଗ୍ରେସର ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ବିଜେପି ନେତାଙ୍କ ବିରୋଧରେ ଆସିଥିବା ବଳାତ୍କାର ମାମଲାକୁ ଦେଖାଇ ସନାତନ ଧର୍ମକୁ ବଦନାମ କରାଯାଉଥିବା ଅଭିଯୋଗ କରିଛନ୍ତି।

ଦିବଗିବଜୟ ସିଂହ ଏକ କାର୍ଯ୍ୟକ୍ରମରେ ଅଭିଭାଷଣ ଦେଇ କହିଛନ୍ତି ଯେ ଗେରୁଆ ବସ୍ତ୍ର ପିନ୍ଧି ଲୋକେ ବଳାତ୍କାର କରୁଛନ୍ତି। ବଳାତ୍କାର ମନ୍ଦିର ଭିତରେ ହେଉଛି। କ’ଣ ହା ଆମ ସନାତନ ଧର୍ମ ? ଆମ ସନାତନ ଧର୍ମକୁ ଯେଉଁ ଲୋକମାନେ ବଦନାମ କରୁଛନ୍ତି ସେମାନଙ୍କୁ ଭଗବାନ ବି କ୍ଷମା କରିବେ ନାହିଁ। ଦିଗବିଜୟଙ୍କ ଅଭିଭାଷଣର ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହି ଭିଡ଼ିକୁ ନେଇ ଟ୍ୱିଟର ବ୍ୟବହାରକାରୀମାନେ ଦିଗବିଜୟଙ୍କୁ କଡ଼ା ସମଲେଶଚନା କରିଛନ୍ତି। ଦିଗବିଜୟ ଭେଦଭାବପୂର୍ଣ୍ଣ ଉପାୟରେ ହିନ୍ଦୁଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ବଳାତ୍କାର ଅଭିଯୋଗ ଅନେଗକ ଧର୍ମର ଧାର୍ମିକ ନେତାଙ୍କ ବିରୋଧରେ ଆସିଛି, ତେଣୁ ହିନ୍ଦୁ ଧର୍ମ ଉପରେ ପ୍ରଶ୍ନ କାହିଁକି ବୋଲି ଲୋକମାନେ ଦିଗବିଜୟଙ୍କୁ ପଚାରିଛନ୍ତି।

Leave A Reply