MEllora 950×100

ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ

ଲାଞ୍ଜିଗଡ଼଼ :  ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ ଦ୍ବାରା ପରିଚାଳିତ ବେଦାନ୍ତ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟ କାର୍ଡ଼ ଶୁଭାରମ୍ଭ କରାଯାଇଛି । କାର୍ଡ଼ରେ ଏକ କୁଇକ ରେସପନସ କୋଡ ଅଛି ଯାହା ରୋଗୀଙ୍କ ରେକର୍ଡ଼କୁ ତୁରନ୍ତ ସ୍କାନ କରାଯାଇପାରିବ । ଏହା ସହିତ ହସ୍ପିଟାଲରେ ଉପଲବ୍ଧ ସ୍ୱାସ୍ଥ୍ୟ ସେବା ଇତିହାସକୁ ଯାଞ୍ଚ କରାଯାଇ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିବ। ବେଦାନ୍ତ ହସ୍ପିଟାଲରୁ ଚିକିତ୍ସା ସେବା ପାଇବାକୁ ଚାହୁଁଥିବା ପ୍ରତ୍ୟେକ ରୋଗୀଙ୍କୁ ସ୍ୱାସ୍ଥ୍ୟ କାର୍ଡ ପ୍ରଦାନ କରାଯିବ ଓ ସବୁ ହିତାଧିକାରୀଙ୍କ ପାଇଁ ଏହା ବାଧ୍ୟତାମୂଳକ ହେବ ବୋଲି ବେଦାନ୍ତ ହସ୍ପିଟାଲ ତଥା ବେଦାନ୍ତ ଲିମିଟେଡ୍ ସୂତ୍ରରୁ ସୂଚନା ମିଳିଛି। ଏହାଦ୍ବାରା ରୋଗୀମାନେ ସେମାନଙ୍କ ଚିକିତ୍ସା ରିପୋର୍ଟ ଓ ଇତିହାସ ଏଥିରୁ ପାଇପାରିବେ। ସୂଚନାଯୋଗ୍ୟ, ପ୍ରତିବର୍ଷ ବେଦାନ୍ତ ହସପିଟାଲ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରି ଆସୁଛି ଓ ପ୍ରାୟ ୬୦,୦୦୦ରୁ ଅଧିକ ଲୋକ ଉପକୃତ ହେଉଛନ୍ତି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବେଦାନ୍ତ ଲିମିଟେଡର ଡେପୁଟି ସିଇଓ ଗୋବିନ୍ଦ ଗୋପାଳ ପାଲ, ମାନବ ସମ୍ବଳ ବିଭାଗ ମୁଖ୍ୟ ବିଶାଲ ସିଂହ, ସିଏସ୍ଆର୍ ବିଭାଗ ମୁଖ୍ୟ ବିଭୁଦେନ୍ଦୁ ପଣ୍ଡା, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଜିଲ୍ଲା ପରିଷଦ ସଭ୍ୟ ପରୀକ୍ଷିତ ନାଏକ ପ୍ରମୁଖ ଯୋଗ ଦେଇଥିଲେ !

Comments are closed.