ଚଳିତ ବର୍ଷ ଡିଜିଟାଲ ବଜେଟ

‘ୟୁନିୟନ ବଜେଟ ଆପ୍‍’ରେ ମିଳିପାରିବ ବଜେଟ୍‍ ଓ ବଜେଟ୍‍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ

ନୂଆଦିଲ୍ଲୀ : ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍‍ ଆଜି ସଂସଦରେ ଉପସ୍ଥାପିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦିନ ୧୧ଟା ସମୟରେ ଲୋକସଭାରେ ଏହି ବଜେଟ୍‍ ଉପସ୍ଥାପନ କରିବେ। ତେବେ ଚଳିତବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ବଜେଟ୍‍ କେବଳ ଡିଜିଟାଲ ଭାବେ ଉପଲବ୍ଧ ହେବ। ଅର୍ଥମନ୍ତ୍ରୀଙ୍କ ଅଭିଭାଷଣ ପରେ ଏହି ବଜେଟ୍‍ ଓ ବଜେଟ୍‍ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ‘ୟୁନିୟନ ବଜେଟ ଆପ୍‍’ରେ ମିଳିପାରିବ।

ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭରେ କହିଥିଲେ ଯେ, କୋଭିଡ ଯୋଗୁଁ ଲାଗୁ ହୋଇଥିବା ଲକ୍‍ଡାଉନ ସମୟରେ ଗତ ୧୦ମାସ ମଧ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଯେଉଁ ଆର୍ଥିକ ପ୍ୟାକେଜ ଘୋଷଣା କରିଥିଲେ ଚଳିତ ବଜେଟ ଏହାର ଅଂଶ ହେବ।୨୦୨୦-୨୧ ଅର୍ଥନୈତିକ ସର୍ଭେ ଆସନ୍ତା ଆର୍ଥିକ ବର୍ଷରେ ସକଳ ଘରୋଇ ଉତ୍ପାଦ(ଜିଡିପି) ୧୧ ପ୍ରତିଶତ ହେବା ନେଇ ପୂର୍ବାନୁମାନ କରାଯାଇଛି।

Comments are closed.