ଟିଉସନ୍‌ ଫି’ ଛାଡ଼ ଦାବିରେ ବିକ୍ଷୋଭ

ବ୍ରହ୍ମପୁର: ସମସ୍ତ ସରକାରୀ କଲେଜର ଟିଉସନ ଫି’ ଛାଡ଼ ଦାବିରେ ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ଜନ ଅଧିକାର ମଞ୍ଚ ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ଆଖାପାଖ ଅଞ୍ଚଳର କଲେଜ ଛାତ୍ରଛାତ୍ରୀମାନେ ଭାଗନେଇଥିଲେ। ଫର୍ମ ପୂରଣ ଫି’ ୫୨୦ ଟଙ୍କା ଓ ପ୍ରାକ୍ଟିକାଲ ଫି ୪୦ ଟଙ୍କା ଛାଡ଼ କରିବା, ୧୦ ମାସର ଟିଉସନ ଫି’ ଫେରସ୍ତ, ଦଶମ ଛାତ୍ରଛାତ୍ରୀଙ୍କ ଭଳି ଯୁକ୍ତ ୨ ଛାତ୍ରଛାତ୍ରୀ ମାନଙ୍କୁ ୨୦ ମାର୍କ ଗ୍ରେସ ପ୍ରଦାନ, ୧୦୦ ଦିନର କ୍ଲାସକୁ ବେଖାତିର କରୁଥିବା କଲେଜ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆଦି ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

Comments are closed.