ଅବସାଦ ଦୂର କରାଏ ‘ଡିଫ୍ୟୁଜର୍’

ଶ୍ରୁତିମଧୁର ସଙ୍ଗୀତ ଓ ସୁଗନ୍ଧିତ ବାସ୍ନା, ଏଇ ଦୁଇଟି ପ୍ରକ୍ରିୟା ଆମ ମାନସିକ ଚାପକୁ ଅନେକାଂଶରେ କମ୍ କରିଥାଏ। ନ୍ୟୁପୋର୍ଟ ଏକାଡେମୀର ମୁଖ୍ୟ ବାରବୋରା ନୋସଲ୍‌ଙ୍କ ମତରେ ସଂଖ୍ୟାଧିକ ଲୋକଙ୍କ ଉପରେ ଗବେଷଣା ହେବା ପରେ ଏହାର ସ୍ପଷ୍ଟତା ପ୍ରମାଣିତ ହୋଇଛି। ବଜାରରେ ଓ ଅନ୍-ଲାଇନ୍‌ରେ ମିଳୁଥିବା ବିଭିନ୍ନ ପ୍ରକାରର ଡିଫ୍ୟୁଜର୍ ଆଣି ଘରେ ବ୍ୟବହାର କରିପାରିବେ। ଏହାର ଅଏଲ୍-ଟ୍ରିଟ୍‌ମେଣ୍ଟ ବିଶେଷ କରି ବାସ୍ନା ଦ୍ବାରା ଜଣେ ଫୂର୍ତ୍ତି ଅନୁଭବ କରେ।
– ଅନୁଧ୍ୟାନରୁ ଜଣାପଡ଼ିଛି, ଡିଫ୍ୟୁଜର୍ ପ୍ରୟୋଗରେ ମାନସିକ ଅବସାଦ କମ୍ ହେବା ସହ ଜଣେ ରିଲାକ୍ସ ମଧ୍ୟ ଅନୁଭବ କରିଥାଏ। ବଜାରରେ ମିଳୁଥିବା ସ୍ମାର୍ଟ ଡିଫ୍ୟୁଜର୍‌ ଆପଣ ବ୍ୟବହାର କରିପାରିବେ। ଅବଶ୍ୟ ଏହା ମହଙ୍ଗା। ସ୍ମାର୍ଟ ଡିଫ୍ୟୁଜର୍‌ର ମୂଲ୍ୟ ୧୪,୧୫୯ଟଙ୍କା। ଏହି ଅତ୍ୟାଧୁନିକ ଯନ୍ତ୍ରରେ ଗୋଟିଏ କ୍ୟାପସୁଲ୍‌ ବ୍ୟବହାରରେ ହିଁ ପୂରା କକ୍ଷ ସୁଗନ୍ଧିତ ହୁଏ। ଗୋଟିଏ କ୍ୟାପସୁଲ୍ ମାସକରୁ ଅଧିକ ସମୟ କାମ କରିଥାଏ।
– ସେରାମିକ୍ ଡିଫ୍ୟୁଜର୍‌, ଏହାର ବିକ୍ରି ମଧ୍ୟ ଅଧିକ ହୋଇଥାଏ। ୭ହଜାର ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଏହି ଡିଫ୍ୟୁଜର୍‌ ପାଇଁ ବିଭିନ୍ନ ପ୍ରକାର ବାସ୍ନା ଅଏଲ୍ ଉପଯୋଗ ହୁଏ।
– ୩ହଜାର ମୂଲ୍ୟରେ ମିଳୁଥିବା ଡିଫ୍ୟୁଜର୍‌ର ଚାହିଦା ମଧ୍ୟ କିଛି କମ୍ ନୁହେଁ। ବାସ୍ନା ଆମ ମନ ଉପରେ ଉତ୍ତମ ପ୍ରଭାବ ପକାଇଥାଏ ବୋଲି ବିଶେଷଜ୍ଞଙ୍କ ମତ। ଏଣୁ ଆପଣ ମଧ୍ୟ ନିଜ ବଜେଟ୍ ଅନୁସାରେ ଘରେ ଡିଫ୍ୟୁଜର୍ ବ୍ୟବହାର କରିପାରିବେ

Comments are closed.