ବାସ୍ତୁ ଉପାୟ : ଗାଈଙ୍କୁ ରୁଟି , ପିମ୍ପୁଡ଼ିକୁ ଅଟା ଦିଅନ୍ତୁ

ସକାଳୁ ପ୍ରତିଦିନ ନିଜ ହାତର ପାପୁଲି ଦେଖନ୍ତୁ –
ପ୍ରତିଦିନ ସକାଳୁ ଉଠିବା ମାତ୍ରେ ନିଜ ହସ୍ତର ପାପୁଲିକୁ ଦେଖି ଏହାକୁ ନିଜ ମୁହଁରେ ଲଗାନ୍ତୁ। ପୌରାଣିକ ମାନ୍ୟତା ଅନୁଯାୟୀ, ପାପୁଲିର ଅଗ୍ର ଭାଗ ମା’ଲକ୍ଷ୍ମୀ, ମଧ୍ୟ ଭାଗରେ ମା’ସରସ୍ୱତୀ, ପାପୁଲିର ଶେଷ ଭାଗ ଭଗବାନ ବିଷ୍ଣୁଙ୍କ ସ୍ଥାନ। ତେଣୁ ସକାଳେ ପ୍ରଥମେ ନିଜ ପାପୁଲି ଦର୍ଶନ କରିବା ଶୁଭ।
ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ –
ଭୋଜନ ପାଇଁ ପ୍ରସ୍ତୁତ ହୋଇଥିବା ରୁଟିରୁ ପ୍ରଥମ ରୁଟି ଗାଈଙ୍କୁ ଖୁଆନ୍ତୁ। ଗାଈଙ୍କ ଶରୀରରେ ଦେବାଦେବୀ ବାସ କରିଥାଆନ୍ତି ଓ ଗାଈଙ୍କୁ ଖୁଆଇଲେ ଭଗବାନ ଖୁବ ପ୍ରସନ୍ନ ହୋଇଥାଆନ୍ତି। ଏହାସହ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।
ପିମ୍ପୁଡ଼ିକୁ ଅଟା ଦିଅନ୍ତୁ –
ଚିନି ମିଶିଥିବା ଅଟା ପିମ୍ପୁଡ଼ିକୁ ଖାଇବାକୁ ଦିଅନ୍ତୁ। ଏହା ଏକ ପୁଣ୍ୟ କାମ ଓ ଏପରି କରିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ଦେବତାଙ୍କୁ ଫୁଲ ଅର୍ପଣ କରନ୍ତୁ –
ଗୃହରେ ଥିବା ଭଗବାନଙ୍କୁ ନିୟମିତ ପୂଜାର୍ଚ୍ଚନା କରି ଫୁଲ ଅର୍ପଣ କରନ୍ତୁ। ଭକ୍ତିର ଭାବ ସହ ଫୁଲ ଅର୍ପଣ କଲେ ଜୀବନର ସମସ୍ତ ବାଧାବିଘ୍ନ ଦୂର ହୋଇଥାଏ।
ସକାଳେ ଝାଡ଼ୁ କରନ୍ତୁ –
ଘରକୁ ସଭିଏଁ ସଫାସୁତୁରା କରିଥାଆନ୍ତି। ମାତ୍ର ଏହି କାର୍ୟ୍ୟକୁ ସକାଳ ସମୟରେ କରିବା ନିତ୍ୟାନ୍ତ ଆବଶ୍ୟକ। ପ୍ରତିଦିନ ସକାଳେ ଘରକୁ ଝାଡ଼ୁ କରିବା , ପୋଛିବା ଦ୍ୱାରା ଘରେ ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ।
ମାଛ ମାନଙ୍କୁ ଖାଦ୍ୟ ଦିଅନ୍ତୁ –
ଯଦି ଆପଣଙ୍କ ଘର ନିକଟରେ କୌଣସି ପୋଖରୀ, ନଦୀ ରହିଛି ତେବେ ସେଠାକୁ ଯାଇ କିଛି ଅଟା ଗୁଳା ପକାନ୍ତୁ। ମାଛ ମାନେ ତାହାକୁ ଖାଇଲେ ମା’ଲକ୍ଷ୍ମୀଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ ବୋଲି ମାନ୍ୟତା ରହିଛି।
ମାତା ପିତାଙ୍କ ଆଶୀର୍ବାଦ ନିଅନ୍ତୁ –
ଘରୁ ବାହାରକୁ ଯିବା ସମୟରେ ପ୍ରତିଦିନ ମାତା ପିତା ଓ ଗୁରୁଜନଙ୍କୁ ପାଦଛୁଇଁ ମୁଣ୍ଡିଆ ମାରନ୍ତୁ। ଏପରି କରିବା ଦ୍ୱାରା କାର୍ୟ୍ୟରେ ଥିବା ବାଧା ଦୂର ହୋଇଥାଏ।
ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ –
ପ୍ରତିଦିନ ସକାଳେ ସ୍ନାନ କରିବା ପରେ ଅଶ୍ୱତ୍ଥ ବୃକ୍ଷ ନିକଟରେ ଜଳ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।
ଘରେ ଥିବା ଗୁରୁଜନଙ୍କର ନିୟମିତ ସେବା କରନ୍ତୁ। ତାଙ୍କୁ ଉପଯୁକ୍ତ ସମ୍ମାନ ଦିଅନ୍ତୁ।
ଘରର ବୈଠକ କକ୍ଷରେ ଭଗବାନ ବିଷ୍ଣୁ କିମ୍ବା ପ୍ରଭୁ ଶ୍ରୀକୃଷ୍ଣଙ୍କ ଫଟୋ ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ସଦସ୍ୟଙ୍କ ମଧ୍ୟରେ ସ୍ନେହର ସମ୍ପର୍କ ସର୍ବଦା ରହିଥାଏ।
ପରଦା ସଦୃଶ ଶଙ୍ଖ କିମ୍ବା ଶାମୁକାରେ ନିର୍ମିତ ହୋଇଥିବା ପରଦା ଲଗାନ୍ତୁ। ଏପରି କରିବା ଦ୍ୱାରା ପାରିବାରିକ ମତଭେଦ ଦୂର ହୋଇଥାଏ।
ଅଦରକାରୀ ବସ୍ତୁ ଘରେ ରଖନ୍ତୁ ନାହିଁ।
ଖଟ ତଳେ କୌଣସି ଅନାବଶ୍ୟକ ବସ୍ତୁ ରଖନ୍ତୁ ନାହିଁ।
ଘରର ପ୍ରତ୍ୟେକ କକ୍ଷରେ ଫିଟକରି ଖଣ୍ଡ ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ରହିବା ସହ ବାସ୍ତୁ ଦୋଷ ଦୂର ହୋଇଥାଏ।
ଗେଣ୍ଡୁ ଫୁଲରେ ସିନ୍ଦୂର ଲଗାଇ ମା’ବୃନ୍ଦାବତୀଙ୍କୁ ଅର୍ପଣ କରନ୍ତୁ। ଏପରି କରିବା ଦ୍ୱାରା ପରିବାର ମଧ୍ୟରେ ସୁଖଶାନ୍ତିର ବାତାବରଣ ନିଶ୍ଚୟ ରହିଥାଏ।
ନିୟମିତ ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କୁ ପୂଜାର୍ଚ୍ଚନା କରନ୍ତୁ।
ପିତପତ୍ନୀ ଏକତ୍ରିତ ଯେକୌଣସି ବ୍ରତ ପାଳନ କରନ୍ତୁ।
ରୁଟି ପ୍ରସ୍ତୁତ କରିବା ପରେ ପ୍ରଥମ ରୁଟି ଗାଈ ଓ ଶେଷ ରୁଟି କୁକୁର ପାଇଁ ରଖନ୍ତୁ।
ବହୁ ସମୟରେ ଏପରି ଦେଖାଯାଏ , ଦୀର୍ଘ ସମୟ ଧରି ରୋଗ ଲାଗି ରହିଥାଏ। ଅଧିକାଂଶ ଟଙ୍କାପଇସା ରୋଗରେ ହିଁ ଖର୍ଚ୍ଚ ହୋଇଥାଏ। ମାତ୍ର କେତେକ ସହଜ ବାସ୍ତୁ ଉପାୟ ଦ୍ୱାରା ବାରମ୍ବାର ରୋଗଗ୍ରସ୍ତ ହେଉଥିବା ସମସ୍ୟାରୁ ମୁକ୍ତି ମିଳିପାରିବ। ଜାଣନ୍ତୁ….
ବାରମ୍ବାର ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତିମାନେ ସର୍ବଦା ଘରର ଭିତରପଟକୁ ଗୋଡ଼ କରି ଶୁଅନ୍ତୁ। ମାତ୍ର କକ୍ଷର ଝରକା, କବାଟ, ଶୌଚାଳୟ ,ସିଢି ଘର ପଟକୁ ଗୋଡ଼ କରି ଶୁଅନ୍ତୁ ନାହିଁ।
ପଲଙ୍କକୁ ଘରର ଭିତର ଖୁମ୍ବ ସିଧାରେ ରଖନ୍ତୁ ନାହିଁ।
ରୋଗଗ୍ରସ୍ତ ହେଉଥିବା ବ୍ୟକ୍ତି ଯଦି ଗୋଟିଏ କକ୍ଷରେ ରହିଲେ ରୋଗଗ୍ରସ୍ତ ହେଉଥାଆନ୍ତି। ତେବେ ଘରର କକ୍ଷ (ରୁମ୍‍ ) ପରିବର୍ତ୍ତନ କରନ୍ତୁ।
ଘରର ପ୍ରବେଶ ଦ୍ୱାର ନିକଟରେ କୌଣସି ଭାରୀ ଦ୍ରବ୍ୟ ରଖନ୍ତୁ ନାହିଁ।
ଘରର ଉତ୍ତର-ପୂର୍ବ, ଉତ୍ତର-ପଶ୍ଚିମ ଦିଗରେ ଯେପରି ପ୍ରଚୁର ସୂର୍ୟ୍ୟାଲୋକ ଓ ପବନ ଯାତାୟତ କରୁଥିବ, ସେଥିପ୍ରତି ଧ୍ୟାନ ଦିଅନ୍ତୁ।
ଶୌଚାଳୟ ନିକଟରେ ଭଣ୍ଡାର ଗୃହ ରଖନ୍ତୁ ନାହିଁ।
ଘରେ ଅନାବଶ୍ୟକ ଦ୍ରବ୍ୟ ରଖନ୍ତୁ ନାହିଁ।
ନିୟମିତ ଘରର ପୋଛିବା ପାଇଁ ବ୍ୟବହୃତ ପାଣିରେ ଲୁଣ ପକାଇ ଘର ପୋଛନ୍ତୁ।

Comments are closed.