ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ; ୨୮ ଆହତ

ଭୁବନେଶ୍ୱର : ରାଜ୍ୟର ଆଜି ଦୁଇଟି ପୃଥକ ପୃଥକ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨୮ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ ଜଣ ଛାତ୍ରୀ ମଧ୍ୟ ରହିଛନ୍ତି। ସଭିଁଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି।
ଗଜପତି ଜିଲା ମୋହନା ଅର୍ନ୍ତଗତ ଲୁଦୁପଙ୍କା ଘାଟି ନିକଟରେ ଭାରସାମ୍ୟ ହରାଇ ଏକ ଅଟୋଟି ଓଲଟି ପଡି ୩ ଜଣ ଛାତ୍ରୀ ଆହତ ହୋଇଛନ୍ତି। ଗୁଣ୍ଡୁମା ଆଦର୍ଶ ବିଦ୍ୟାଳୟରୁ ୬ ଛାତ୍ରୀଙ୍କୁ ନେଇ ଆସୁଥିବା ବେଳେ ଅଟୋଟି ଓଲଟି ପଡିଥିଲା।
ସେହିପରି ଢେଙ୍କାନାଳ ଜିଲା କାମାକ୍ଷାନଗର ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ବଡଝରା ଗାଁ ନିକଟରେ ଏକ ଟ୍ରକ ଓଲଟି ପଡିଛି। ଫଳରେ ୨୫ ଜଣ ଶ୍ରମିକ ଆହତ ହୋଇଛନ୍ତି। ୨୦ ଆହତଙ୍କୁ କାମାକ୍ଷାନଗର ଓ ୫ ଜଣ ଗୁରୁତରଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ମୁକ୍ତାପଶିର ଶ୍ରମିକଙ୍କୁ ନେଇ କମଳାଙ୍ଗ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

Comments are closed.