ଭିନ୍ନ ଭିନ୍ନ ଦୁର୍ଘଟଣା,୨ ମୃତ ଓ ୩ ଗୁରୁତର

ବଲାଙ୍ଗିର/ଲୋଇସିଂହା : ବଲାଙ୍ଗିର-ଲୋଇସିଂହା ରାସ୍ତାର ଛତାମଖନା ନିକଟରେ ୨ ବାଇକ ମୁହାଁମୁହିଁ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ସନ୍ଧ୍ୟାରେ ୨ଟି ବାଇକ୍‍ ଉଭୟ ଦିଗରୁ ଆସୁଥିବା ବେଳେ ଅସାବଧାନତା ବଶତଃ ଦୁର୍ଘଟଣା ଘଟିଥିଲା। ୪ଜଣ ଗୁରୁତର ହୋଇଥିଲେ। ବଲାଙ୍ଗିର ପେଲେସ୍‍ ଲାଇନ୍‍ ଅଞ୍ଚଳର ଜଗଜ୍ୟୋତି ଯୋଶୀ ଓ ପାରସ ଡାଙ୍ଗ ଗୁରୁତର ହୋଇ ରାସ୍ତାରେ ପଡ଼ିଥିଲେ। ସେହିପରି ଅନ୍ୟ ବାଇକରେ ଥିବା ଲୋଇସିଂହା ଗୋପାଳପୁରର ମକାରୁ ଭୋଇଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହ ଥିବା ଯୋଗେନ୍ଦ୍ର ଭୋଇଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତିନି ଆହତଙ୍କୁ ଭୀମ ଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଗୁରୁତର ରହିଛି। ସେହିପରି ପୁଇଁନ୍ତଲା ବ୍ଲକ ଭାଲେର ନିକଟରେ ଅଏଁଲାସାରି ଗାଁର ସୁନୀଲ ସାହୁ ନାମକ ଜଣେ ଯୁବକ ଗୁରୁତର ଅବସ୍ଥାରେ ପଡ଼ିଥିଲେ। ତାଙ୍କୁ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାକୁ ଅଣାଯିବାରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

Comments are closed.