ସାଂସଦ ପାଣ୍ଠିକୁ ନେଇ କଂଗ୍ରେସ ଦୁଇ ଫାଳ

ନୂଆଦିଲ୍ଲୀ : ସାଂସଦ ପାଣ୍ଠିକୁ ଦୁଇ ବର୍ଷ ସ୍ଥଗିତ କରିବାକୁ ମୋଦୀ ସରକାର ନେଇ ଥିବା ନିଷ୍ପତ୍ତିକୁ ନେଇ କଂଗ୍ରେସ ଦଳରେ ମତଭେଦ ଦେଖା ଦେଇଛି। ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ଅଭିଷେକ ମନୁ ସିଙ୍ଗଭି ପ୍ରମୁଖ ଏହାକୁ ସମର୍ଥନ ସମର୍ଥନ କରିଛନ୍ତି । ଅନ୍ୟ ପକ୍ଷରେ ଆଉ କିଛି କଂଗ୍ରେସ ସାଂସଦ ଏପରି ନିଷ୍ପତ୍ତି ଅଦୂରଦର୍ଶୀ ବୋଲି କହିଛନ୍ତି।
ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଦୁଇବର୍ଷ ପର୍ୟ୍ୟନ୍ତ ସାଂସଦ ପାଣ୍ଠି ସ୍ଥଗିତ ରଖିବା ସଂପର୍କରେ ଘୋଷଣା କରିଛନ୍ତି। କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିବା ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏ ସଂପର୍କରେ ଗଣ ମାଧ୍ୟମକୁ ସୂଚନା ଦେଇଥିଲେ।

Comments are closed.