୮ଟଙ୍କା କମିଲା ଡ଼ିଜେଲ ଦର; ବଡ଼ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର

ଡିଜେଲ ଉପରେ ଭାଟ୍ ୩୦%ରୁ ୧୬.୭୫% ହ୍ରାସ କରିବାକୁ ଦିଲ୍ଲୀ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ଦିଲ୍ଲୀରେ ଡିଜେଲର ମୂଲ୍ୟ ୮୨ ଟଙ୍କାରୁ ୭୩.୬୪ ଟଙ୍କା ଅର୍ଥାତ ଲିଟର ପିଛା ୮.୩୬ ଟଙ୍କା ହ୍ରାସ ପାଇଛି।  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଭର୍ଚ୍ୟୁଆଲ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଇନ୍ଧନ ମୂଲ୍ୟରେ ଏହି ହ୍ରାସ ସହିତ ଦିଲ୍ଲୀର ସବୁଠାରୁ ଶସ୍ତା ଦରରେ ଡିଜେଲ ମିଳିବ । ରାଜସ୍ଥାନରେ ଏକ ଲିଟର ଡିଜେଲର ମୂଲ୍ୟ ୮୨.୬୪ ଟଙ୍କା, ମଧ୍ୟପ୍ରଦେଶରେ ୮୧.୨୯ ଟଙ୍କା, ମହାରାଷ୍ଟ୍ରରେ ୭୯.୮୧ ଟଙ୍କା, ଛତିଶଗଡରେ ୭୯. ୬୮ଟଙ୍କା, ଗୁଜୁରାଟରେ ୭୯.୦୫ ଟଙ୍କା ରହିଛି । ଏହି ପଦକ୍ଷେପ ଦିଲ୍ଲୀ ଅର୍ଥନୀତିକୁ ସହାୟକ ହେବ ସହ ଆର୍ଥିକ ବ୍ୟବସ୍ଥାକୁ ପୁନର୍ଜୀବିତ କରିବ। ଯଦିଓ ଏହା ଆର୍ଥିକ କ୍ଷେତ୍ରରେ ଏହା ଏକ ଆହ୍ୱାନ, କିନ୍ତୁ ଲୋକଙ୍କ ସହଯୋଗରେ ଏହି ସଫଳତା ହାସଲ କରାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ।

Comments are closed.