ପୁରୀରୁ ଆସୁଥିବା ପଲାସା ଟ୍ରେନ ବଗିରୁ ଶବ ଉଦ୍ଧାର

0

ସୁଆଣ୍ଡୋ: ଆଜି ସକାଳେ ପୁରୀ-ଭାୟା ଗୁଣୁପୁର-ପଲାସା ଟ୍ରେନ ଏକ ନମ୍ବର ବଗିରୁ ଏକ ଅଜଣା ଶବ ଉଦ୍ଧାର ହୋଇଛି। ଉଦ୍ଧାର ସମୟରେ ଶବଟି ବସି ରହିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା। ମୃତକଙ୍କ ବୟସ ୫୬ରୁ ୫୭ ବର୍ଷ ଓ ଉଚ୍ଚତା ପ୍ରାୟ ଛଅ ଫୁଟ ହେବ ବୋଲି ଅନୁମାନ କରାଯାଉଛି । ସାକ୍ଷୀଗୋପାଳ ରେଳ ଷ୍ଟେସନ ଠାରେ ରେଳ ପୁଲିସ ଶବଟିକୁ ବଗିରୁ ବାହାରକୁ କାଢିଥିଲେ । ଟ୍ରେନ ବଗି ଭିତରେ ରହିଥିବା ଦୃଷ୍ଟିରୁ ପୁରୀରୁ ଆସୁଥିବା ଯାତ୍ରୀ ମାନେ କିପରି ଜାଣିପାରିଲେନି ତାହା ଜନସାଧାରଣଙ୍କ ମନରେ ଏକ ପ୍ରଶ୍ନବାଚୀ ସୃଷ୍ଟିକରିଛି । ତେବେ ଲୋକେ କହନ୍ତି ଆଗରୁ ଶବଟି ପୁରୀରୁ ଆସୁଥିଲା ନା ସାକ୍ଷୀଗୋପାଳ ଷ୍ଟେସନ ଅଞ୍ଚଳରେ ଏପରି କିଛି ଘଟିଛି ତାହା ତଦନ୍ତ ପରେ ଜଣାପଡିବ । ପାରିପାର୍ଶ୍ବିକ ଦୃଷ୍ଟିରୁ ତାଙ୍କର ଦୃଦଘାତରୁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି।

Leave A Reply