ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର , ବୋହୂ ମୃତ

ରାୟଗଡା : ରାୟଗଡା ଜିଲା ବିଷମକଟକ ଥାନା ଅନ୍ତର୍ଗତ ଠଙ୍ଗପଡା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବା ଶନିବାର ଜଣାପଡ଼ିଛି। ଘରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ୱଶୁର ଓ ବୋହୂଙ୍କ ମୃତ୍ୟୁ ହୋଇଛି। ବିଦ୍ୟୁତ ସଂସ୍ପର୍ଶରେ ଆସିଥିବା ଶ୍ୱଶୁରଙ୍କୁ ବଞ୍ଚାଇବାକୁ ଯାଇ ବୋହୂର ମଧ୍ୟ ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ଅଧିକ ତଥ୍ୟ ହସ୍ତଗତ ହୋଇପାରି ନାହିଁ।

 

Comments are closed.