ପୋଖରୀରେ ଭାସୁଛି ମଲା ମାଛ, ଗାଁ ଲୋକେ ଆତଙ୍କିତ

ଦେଓଗାଁ :  ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତର ରାଏ ପାଲି ଗାଁରେ ଥିବା ଏକ ପୋଖରୀରେ ଗତ କିଛି ଦିନ ହେଲା ମଲା ମାଛ ଭାଷୁଥିବାର ଦେଖିବାକୁ ମିଳିଛି। ଏହାକୁ ନେଇ ଗାଁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଗାଁ ଲୋକେ କହିବା ଅନୁଯାୟୀ, ରାଏ ପାଲି ଗାଁରେ ଥିବା ତିନୋଟି ପୋଖରୀ ମଧ୍ୟରୁ ବଡ ପୋଖରୀରେ ମାଛ ଗୁଡ଼ିକ ମାରି ଭାଷୁଛନ୍ତି। ଏହି ପୋଖରୀଟି ମାଛ ଚାଷ ପାଇଁ କାହାକୁ ନିଲାମ ଦିଆ ଯାଇ ନ ଥିବା ବେଳେ ଏଥିରେ ମାଛ ଭରପୁର ମାତ୍ରାରେ ଥିଲେ। ତେମେ କେମିତି ଭାବେ ମାଛ ଗୁଡିକ ମରି ଭାଷୁଛନ୍ତି ତାହା ଜଣାପଡିନାହିଁ। ତେଣୁ ଏହା ତଦନ୍ତ ସାପେକ୍ଷ ବୋଲି ଗାଁ ଲୋକ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଗାଁକୁ ଯୋଗାଣ ହେଉଥିବା ପିଇବା ପାଣି ଗତ ୧୦ ଦିନ ହେଲା ବନ୍ଦ ଥିବାରୁ ଗ୍ରାମବାସୀ ପୋଖରୀ ପାଣିକୁ ପିଇବା ପାଇଁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଏବେ ମାଛ ମରି ପାଣିରେ ଭାଷୁଥିବାରୁ ଏହି ପାଣି ବିଷାକ୍ତ ହୋଇ ଯାଇଥିବା ଗାଁ ଲୋକ ଅଭିଯୋଗ କରିଛନ୍ତି। ପୋଖରୀ ପାଣିରେ ଔଷଧ ପ୍ରୟୋଗ କରାଯାଇଛି ବୋଲି ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ପୋଖରୀ କୁ ଗାଧୋଇ ଯାଉଥିବା ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ତେବେ ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ଉଠିଛି।

Comments are closed.