ଆଳିଆଗଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର

ବରଗଡ଼: ବିଜେପୁର ନିକଟସ୍ଥ ବାଉଁଶପୋଲା ଗ୍ରାମ ନିକଟରେ ଥିବା ଆଳିଆଗଦାରୁ ମଙ୍ଗଳବାର ଜଣେ ଯୁବକଙ୍କ ଗଳିତ ଶବ ଉଦ୍ଧାର ହୋଇଛି। କିଛି ସଫେଇ କର୍ମଚାରୀ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତକ ଜଣଙ୍କ ଗାଇସିଲାଟ ଥାନା ଅନ୍ତର୍ଗତ ନୂଆପାଲି ଗ୍ରାମର ତାରଣୀ ମହଲା(୩୮) ବୋଲି ଜଣାପଡିଛି । ମୃତ ତାରଣୀ ଆର.ଡବ୍ଲୁ.ଏସ.ଏସ ର ବିଜେପୁର ବ୍ଳକ ସଂଯୋଜକ ଭାବେ କାର୍ଯ୍ୟରତ ଥିଲେ। ସେ ୧୨ତାରିଖରେ ଏକ ମିଟିଂରେ ଯୋଗ ଦେବା ପାଇଁ ଘରୁ ଆସିବା ପରେ ଆଉ ଫେରି ନ ଥିଲେ। ପରେ ତାଙ୍କର କୌଣସି ପତ୍ତା ମିଲି ନ ଥିଲା। ତାଙ୍କ ମୋଟରସାଇକଲ ସୋନପୁର ଜିଲ୍ଲାର ଡୁଙ୍ଗୁରିପାଲିରେ ଥିବା ଏକ ଢ଼ାବାରୁ ପୁଲିସ ଜବତ କରିଛି । ଏହି ଘଟଣାର ପୁଲିସ ୩ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବା ଜଣାପଡ଼ିଛି। ବିଜେପୁରରେ ଉପ-ନିର୍ବାଚନ ଅଳ୍ପ ଦିନ ବାକି ରହିଥିବା ବେଳେ ରାଜନୈତିକ ଶତ୍ରୁତା ଯୋଗୁଁ କେହି ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।  

Comments are closed.