ରକ୍ତ ଜୁଡୁବୁଡୁ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ

ପାଟଣା: କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାରିଗାଁ ଗ୍ରାମ ନିକଟ ରାସ୍ତା ପାର୍ଶ୍ବ ପଣପଶି କେନାଲ ହୁଡା ନିକଟରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ଯୁବକର ମୃତଦେହକୁ ସଦର ପୁଲିସ ଉଦ୍ଧାର କରିଛି। ମୃତ ଯୁବକ ଜଣକ ଘଟଗାଁ ଥାନା ତୋରାଣିପୋଖରୀ ଗ୍ରାମର ସ୍ବର୍ଗତ ରବିନନ୍ଦନ ବାରିକଙ୍କ ପୁଅ ନବ କିଶୋର ବାରିକ(୩୩) ବୋଲି ଜଣାପଡିଛି। ସେ ଗତକାଲି ଅପରାହ୍ନରେ ତୋରାଣିପୋଖରୀ ସାପ୍ତାହିକ ହାଟକୁ ଯାଇ ଆଉ ଘରକୁ ଫେରିନଥିଲେ। ସୋମବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କିଶୋରଙ୍କ ମୃତଦେହ କେନାଲ ହୁଡା ନିକଟରେ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣାସ୍ଥଳରେ ସଦର ଅଧିକାରୀ ଜୟନାରାୟଣ ଖଣ୍ଡେଇ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛନ୍ତି। ଅନ୍ୟ ପକ୍ଷରେ ପରିବାର ଲୋକେ ଏହାକୁ ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି ।

Comments are closed.