ପେଟ୍ରୋଲ ଟ୍ୟାଙ୍କର ଓଲଟି ରାସ୍ତା ବନ୍ଦ: ପହଞ୍ଚିଲାନି ମଧ୍ୟାହ୍ନ ଭୋଜନ ଗାଡି, ୫୦ଟି ସ୍କୁଲର ଛାତ୍ରଛାତ୍ରୀ ଭୋକିଲା

କୋରାପୁଟ: ଜୟପୁର ଘାଟିରେ ମଙ୍ଗଳବାର ସକାଳେ ଏକ ପେଟ୍ରୋଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିଲା। ଫଳ​‌ରେ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଛି। ସେହି ରାସ୍ତା ଦେଇ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ନେଇ ଯାଉଥିବା ୫ଟି ଗାଡି ଦୁର୍ଘଟଣାସ୍ଥଳରେ ଅଟକି ରହିଛି। ଫଳରେ ୫୦ଟି ସ୍କୁଲର ପ୍ରାୟ ଦୁଇ ହଜାରରୁ ଛାତ୍ରଛାତ୍ରୀ ଉପାସରେ ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, ଆଜି ସକାଳେ ତେଲ ଟ୍ୟାଙ୍କରଟି ବିଶାଖାପାଟଣାରୁ ରାୟପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଜୟପୁର-କୋରାପୁଟ ଘାଟିର ୨୬ ନମ୍ବର ଜାତୀୟ ରାଜପଥରେ ଓଲଟି ପଡିଥିଲା। ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇ ନଥିବା ବେଳେ ଓଲଟି ପଡ଼ିଥିବା ଟ୍ୟାଙ୍କରରୁ ତେଲ ଲିକ୍ ହୋଇଥିଲା। ତେଲ ଟ୍ୟାଙ୍କରକୁ ଉଠାଇବା ପାଇଁ ଦୁଇ ଜେସିବି ମେସିନ ନିୟୋଜିତ ହୋଇଛି।

Comments are closed.