ଆଇଏଏସ ସ୍ତରରେ ଅଦଳବଦଳ, ଦିବ୍ୟଜ୍ୟୋତି ପରିଡ଼ା ହେଲେ ସମ୍ବଲପୁର ଜିଲାପାଳ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରାଯାଇଛି। ସମ୍ବଲପୁର ଜିଲାପାଳ ଶୁଭମ ସକ୍ସେନାଙ୍କୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ସେହିପରି ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ସମ୍ବଲପୁର ଜିଲାପାଳ ଭାବେ ଅବସ୍ଥାପିତ କରାଯାଇଛି। ରାଉରକେଲା ମହାନଗର ନିଗମର କମିଶନର ଭାବେ ଶୁଭଙ୍କର ମହାପାତ୍ରଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

Comments are closed.