ସବୁ ଜରୁରୀ ସେବା ଲାଗି ଏଣିକି ଓଡ଼ିଶାରେ ଗୋଟିଏ ସହାୟତା ନମ୍ବର: ୧୧୨

ଭୁବନେଶ୍ୱର: ସମସ୍ତ ଜରୁରୀକାଳୀନ ସେବାରେ ପହଞ୍ଚିବା ପାଇଁ ବର୍ତ୍ତମାନ ଓଡିଶାରେ ଏକକ ଜରୁରୀକାଳୀନ ସହାୟତା ନମ୍ବର ଜାରି କରିଛନ୍ତି ସରକାର । ଏହି ନମ୍ବରଟି ହେଉଛି ୧୧୨ (ୱାନୱାନଟୁ) । ଏହି ନମ୍ବର ବ୍ୟବହାର କରି ଜଣେ ନାଗରିକ ଜରୁରୀକାଳୀନ ସେବା ପାଇ ପାରିବେ ।

ଏହି ସେବା ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ପୁଲିସ ବିଭାଗର ୧୦୯୮ ଜଣ ଅଧିକାରୀ ଓ କର୍ମଚାରୀ ପଦକୁ ଅନୁମୋଦନ କରିଛନ୍ତି । ଏହି ୧୦୯୮ ଜଣଙ୍କ ମଧ୍ୟରେ ୪ ଜଣ ଡ଼ିସିପି ପାହ୍ୟାର ଅଧିକାରୀ, ୧୫୧ ଜଣ ସବଇନ୍ସପେକ୍ଟର, ୨୦୩ ଜଣ ସହକାରୀ ସବଇନ୍ସପେକ୍ଟର, ୭୪୦ କନଷ୍ଟେବଳ ଅନ୍ତର୍ଭୁକ୍ତ ।

ଏହାବ୍ୟତୀତ ଜରୁରୀ ସେବା ନିମନ୍ତେ କଲସେଣ୍ଟରରେ ୧୮୯ ଜଣ କାର୍ଯ୍ୟନିର୍ବାହୀ ରହିବେ ଓ କାର୍ଯ୍ୟାନ୍ବୟନ ନିମନ୍ତେ ୨୩୬ଟି ଗାଡ଼ି ବ୍ୟବହାର କରାଯିବ । ଏହି ଗାଡ଼ିଗୁଡ଼ିକ ସରକାର ଭଡ଼ା ସୂତ୍ରରେ ନେବେ । ବର୍ତମାନ ଓଡ଼ିଶାରେ ପୁଲିସ ବାହିନୀ ସହାୟତା ନିମନ୍ତେ ୧୦୦ (ଡ଼ାଏଲ ୱାନ-ଜିରୋ-ଜିରୋ), ଅଗ୍ନିଶମ ସହାୟତା ଲାଗି ୧୦୧, ସ୍ବାସ୍ଥ୍ୟ ସେବା ନିମନ୍ତେ ୧୦୮ ନମ୍ବର ପ୍ରଚଳିତ ହୋଇଛି ଏବଂ ଏହି ଏକକ ନମ୍ବର ଜରିଆରେ ଲୋକମାନଙ୍କ ଆବଶ୍ୟକତା ଅନୁସାରେ ସହାୟତା ଯୋଗାଇ ଦିଆଯାଉଛି ।

Comments are closed.