ବନ୍ୟାରେ ଭାସିଯାଇ ଚାଷୀଙ୍କ ମୃତ୍ୟୁ!

ଧାମନଗର: ଚାଷକାର୍ଯ୍ୟ କରିବାକୁ ବିଲକୁ ଯାଇ ନିଖୋଜ ଥିବା ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ରଇପୁର ଗ୍ରାମର ରମାକାନ୍ତ ରାଉତ(୫୯)ଙ୍କ ମୃତଦେହ ରବିବାର ଗାଁ ବିଲରୁ ଉଦ୍ଧାର ହୋଇଛି। ଶନିବାର ପୂର୍ବାହ୍ନରେ ରମାକାନ୍ତ ଚାଷକାର୍ଯ୍ୟ କରିବା ପାଇଁ ବିଲକୁ ଯାଇ ଘରକୁ ଫେରି ନଥିଲେ। ଏ ସମ୍ପର୍କରେ ଧୁଷୁରୀ ଥାନାରେ ଏତଲା ଦିଆଯାଇଥିଲା। ଚାଷ କ୍ଷେତ ନିକଟରେ ପ୍ରବାହିତ ସାଳନ୍ଦୀ ନଦୀରୁ ବାହାରିଥିବା ସାନ ମାହାରା ନାମକ ନାଳର ବନ୍ୟା ସ୍ରୋତରେ ଭାସିଯାଇ ରମାକାନ୍ତଙ୍କର ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଭଦ୍ରକ ପଠାଇଛି।

Comments are closed.