ଧୁରୁଷିଆରେ ବିଶ୍ୱଶାନ୍ତି ଯଜ୍ଞ ପାଇଁ କଳସ ଶୋଭାଯାତ୍ରା

ଗୁରୁଡିଝାଟିଆ : ଧୁରୁଷିଆରେ ସଂକଟମୋଚନ ହନୁମାନଙ୍କ ୧୫ଦଶ ତମ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଓ ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ବୁଧବାର କଳସ ଶୋଭାଯାତ୍ରା ହୋଇଛି। ୩୦୮ଜଣ ବ୍ରତଧାରୀ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମହାନଦୀରୁ କଳସ ଆଣି ଯଜ୍ଞସ୍ଥଳରେ ସ୍ଥାପନ କରିଥିଲେ। ଅନନ୍ତପୁର, କଟକିଆ ସାହି ଓ ଧୁରୁଷିଆ ପଞ୍ଚାୟତର ଜନସାଧାରଣ ଏହି କଳସ ଶୋଭାଯାତ୍ରାରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯଜ୍ଞ ପୁରୋଧା ଭାଗବତ ପତି, ଶ୍ରୁତିକାନ୍ତ ମିଶ୍ର, ଶାରଦାପ୍ରସନ୍ନ ଷଡଙ୍ଗୀ, ଦୋଳଗୋବିନ୍ଦ ପତି, ଅନିଲ କୁମାର ପଣ୍ଡା, ବ୍ରଜସୁନ୍ଦର ମିଶ୍ର ଓ ସତ୍ୟରଞ୍ଜନ ଦାଶଙ୍କ ପ୍ରତ୍ୟେକ୍ଷ ଉପସ୍ଥିତିରେ ଅଙ୍କୁରରୋପଣ କରାଯାଇଥିଲା। ଶ୍ରୀ ଶ୍ରୀ ସଂକଟମୋଚନ ହନୁମାନ କୃପା ପରିଷଦର ଉପଦେଷ୍ଟା ବ୍ରଜବନ୍ଧୁ ଲେଙ୍କା, ସଭାପତି ନିରାକାର ଲେଙ୍କା, ସନ୍ତୋଷ ରଥ ଓ ଗ୍ରାମ କମିଟିର ସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Comments are closed.