ହେମାମାଳିନୀଙ୍କ ପାଇଁ ମଥୁରାରେ ପ୍ରଚାର କଲେ ଧର୍ମେନ୍ଦ୍ର

ମଥୁରା ..- ସାରାଦେଶରେ ଏବେ ନିର୍ବାଚନର ବାତାବାରଣ ବେଶ୍‌ ଉଷ୍ମ ।  ହେବିଓ୍ୱେଟ ନେତାଙ୍କ ସହ ସିନେ ତାରକା ବି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି ।  ଉତ୍ତରପ୍ରଦେଶର ମଥୁରା ଲୋକସଭା ଆସନରୁ  ବଲିଉଡ୍‌ର ଅଶୀଦଶକର ବେଶ୍‌ ଲୋକପ୍ରିୟ ଅଭିନେତ୍ରୀ ହେମାମାଳିନୀ ନିର୍ବାଚନ ଲଢୁଛନ୍ତି ।

ହେମାମାଳିନୀ ପୂର୍ବରୁ ସାସଂଦ ଅଛନ୍ତି ।  ହେମାମାଳିନୀ ପୁଣି ବିଜେପିର ପ୍ରାର୍ଥୀ ହୋଇଛନ୍ତି । ତାଙ୍କ ପାଇଁ ବଲିଉଡ୍‌ର ବେଶ୍‌ ଲୋକପ୍ରିୟ ଅଭିନେତା ଧର୍ମେନ୍ଦ୍ର ପ୍ରଚାର କରିଛନ୍ତି । ପ୍ରଚାର ପୂର୍ବରୁ ଧର୍ମେନ୍ଦ୍ରଙ୍କ ସହ ହେମାମାଳିନୀ ନିଜ ମଥୁରସ୍ଥିତ ଘରେ ଫଟୋ ନେବା ସହ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ପ୍ରଚାର ବେଳେ ଧର୍ମେନ୍ଦ୍ରଙ୍କୁ ଦେଖିବା ପାଇଁ ଲୋକଙ୍କର ବେଶ୍‌ ଭିଡ ଜମୁଛି ।

Comments are closed.