ଟିଭି ଧାରାବାହିକ ପ୍ରଯୋଜନା କରିବେ ଧୋନି

ମୁମ୍ବଇ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରସିଦ୍ଧ ସେନାଧିକାରୀମାନଙ୍କ ଉପରେ ଏକ ଟିଭି ଧାରାବାହିକର ପ୍ରଯୋଜନା କରିବେ। ଏଥିପାଇଁ ସେ ‘ଷ୍ଟୁଡିଓନେକ୍ସଟ’ ସହିତ ଚୁକ୍ତି କରିଛନ୍ତି। ଧୋନି ସମ୍ପ୍ରତି ଟେରିଟୋରିଆଲ ଆର୍ମିର ଆକାଶଛତାବହିନୀରେ ଅବୈତନିକ ଲେଫ୍ଟନାଣ୍ଟ କର୍ଣ୍ଣେଲ ପଦରେ ଅଧିଷ୍ଠିତ ଅଛନ୍ତି। ଏହି ଧାରାବାହିକରେ ପରମ ବୀର ଚକ୍ର ଓ ଅଶୋକ ଚକ୍ର ପୁରସ୍କାରପ୍ରାପ୍ତ ସାହସୀ ସେନାଧିକାରୀଙ୍କ ଜୀବନ କାହାଣୀ ତଥା ସାହସିକତା ବର୍ଣ୍ଣନା କରାଯିବ। ୨୦୨୦ରେ ଏହାର ପ୍ରସାରଣ ହେବ। ଇତିମଧ୍ୟରେ ଧାରାବାହିକର କାହାଣୀ ଲେଖା ସରିବା ସହ କଳାକାର ମନୋନୟନ ଚୂଡ଼ାନ୍ତ ହୋଇଛି। ଖୁବ୍‌ ଶୀଘ୍ର ଏହାର ସୁଟିଂ ଆରମ୍ଭ ହେବ।

Comments are closed.