ଏବେବି ପୂଜା ପାଉଛି ଢିଙ୍କି

ଗୁରୁଡିଝାଟିଆ: ପ୍ରଭୁ ଧବଳେଶ୍ୱରଙ୍କ ମହିମା ବିଖ୍ୟାତ। ଓଷା ଭିତରେ ବଡଓଷା ପ୍ରଭୁଙ୍କ ବଡପର୍ବ। ଏଥିପାଇଁ ପ୍ରଭୁଙ୍କ ନିକଟରେ ପୂଜା କରାଯାଏ ଗଜଭୋଗ। ବିଜ୍ଞାନର ଅଗ୍ରଗତି ସତ୍ୱେ ଗଜଭୋଗ ପାଇ ଏବେବି ପୂଜକ ପରିବାରରେ ପୂଜା ପାଏ ଢିଙ୍କି। ୧୨୦ ପରିବାରରେ ପ୍ରତ୍ୟେକଙ୍କ ଘରେ ଢିଙ୍କିକୁ ପୂଜା କରାଯାଇ ପ୍ରଭୁଙ୍କ ପାଇଁ ଗଜଭୋଗ ପ୍ରସ୍ତୁତି ନିମନ୍ତେ ଘରେ ଢିଙ୍କିକୁ ପୂଜା କରାଯାଉଛି। ଏହା ସମଗ୍ର ଓଡିଶାରେ ବିରଳ। ଗାଁର ପ୍ରତ୍ୟେକଙ୍କ ଘରେ ଢିଙ୍କି ରହିବା। ଆଜି ପୂଜକ ପରିବାର ପକ୍ଷରୁ ଢିଙ୍କିକୁ ଶୁଦ୍ଧପୂତ ଭାବରେ ପୂଜା କରି ବତୁରା ଯାଇଥିବା ଅରୁଆଚାଉଳକୁ କୁଟିବା ଆରମ୍ଭ କରିଛନ୍ତି। ଧୂପ,ଦୀପ ଦିଆଯାଇ ଢିଙ୍କିକୁ ପୂଜାଯିବା ପରେ ଚୁୂନାକୂଟା ଆରମ୍ଭ ହୋଇଥିଲା। ଏହି ଚୁନାରୁ ଆସନ୍ତାକାଲି ପ୍ରଭୁଙ୍କ ପାଇଁ ଗଜଭୋଗ ପ୍ରସ୍ତୁତ କରାଯିବ। ପ୍ରତ୍ୟେକବର୍ଷ ୬ଟନ ଅରୁଆଚାଉଳରୁ ଚୁନା ପ୍ରସ୍ତୁତ କରାଯାଇ ଗଜଭୋଗ ପ୍ରସ୍ତୁତ କରାଯାଇଥାଏ। ସେଥିରେ ମୁଗ ଓ ବୁଟଡାଲି ଦିଆଯାଇଥାଏ। ଚଳିତବର୍ଷ କରୋନା ପାଇଁ ଚୁନାର ପରିମାଣ କମିଯାଇଛି। ସବୁଠାରୁ ବଡକଥା ଏବେବି ପୂଜକ ପରିବାରରେ ପ୍ରଭୁ ଧବଳେଶ୍ୱରଙ୍କ ପାଇଁ ପୂଜା ପାଉଛି ଢିଙ୍କି।

Comments are closed.