ବର୍ଷେ ହେଲା ଢେଙ୍କିକୋଟ ଉପ ଡାକଘର ଅର୍ଦ୍ଧ ଅଚଳ, ବ୍ରଡବ୍ୟାଣ୍ଡ ବଦଳରେ ଡଙ୍ଗଲରେ ଚାଲିଛି କାମ

ପାଟଣା: ଢେଙ୍କିକୋଟ ଉପଡାକଘର ପରିଚାଳନାରେ ବର୍ଷେ ହେଲା ଅର୍ଦ୍ଧ ଅଚଳାବସ୍ଥା ସୃଷ୍ଟି ହୋଇଛି । ବିଏସଏନଏଲ ବ୍ରଡବ୍ୟାଣ୍ଡ ବନ୍ଦ କାରଣରୁ ଏପରି ଅବସ୍ଥା ଦେଖା ଦେଇଛି । ବାଧ୍ୟ ହୋଇ ଡଙ୍ଗଲରେ କିଛି କିଛି କାମ କରାଯାଉଛି । ଉପଯୁକ୍ତ ସମୟପଯୋଗୀ ଓ ସଅଳ କାମ ପାଇଁ ଡାକଘର ମାନଙ୍କର ସୁନାମ ଥିବାବେଳେ ଡାକ ବିଭାଗରେ କମ୍ପୁଟରୀ କରଣ କରାଗଲା ପରେ ବିଭାଗ ଅଧିକ କ୍ରିୟାଶୀଳ ହେବବୋଲି ଯାହା ଆଶା କରାଯାଉଥିଲା ଏଠାରେ ତାହାର ବିପରିତ ଘଟଣା ଦେଖାଯାଉଛି । ଡଙ୍ଗଲରେ ଗୋଟିଏ କାମ କରିବା ପାଇଁ ବହୁ ସମୟ ଲାଗୁଥିବାରୁ ଉପଭୋକ୍ତା ମାନେ ବିରକ୍ତ ପ୍ରକାଶ କରୁଥିବା ବେଳେ ଲାଇନରେ ଥିବା ଅନ୍ୟ ଲୋକ ବିରକ୍ତରେ ଏଠାରୁ ଚାଲି ଯାଉଛନ୍ତି । ଡାକ ବିଭାଗର ସଞ୍ଚୟ ଜମାଖାତା, ଆର ଡି, ଟିଡି, କିଶାନ ବିକାଶ ପତ୍ର ଏବଂ ଏନଏସସି ଆଦି ସହ ରେଜିଷ୍ଟ୍ରି, ସ୍ପିଡ ପୋଷ୍ଟ ଓ ପାର୍ସଲ ପ୍ରଦାନ ପାଇଁ କମ୍ପୁଟର କାମ ଅତ୍ୟାବଶକ ଥିବାବେଳେ ବ୍ରଡବ୍ୟାଣ୍ଡ ସଂଯୋଗର ଦୀର୍ଘ କାଳୀନ ସମସ୍ୟା କାରଣରୁ ଏସବୁ କାମ ଯଥା ସମୟରେ କରିବା ସବ ପୋଷ୍ଟ ମାଷ୍ଟରଙ୍କ ପାଇଁ କାଠି କାର ପାଠ ହୋଇପଡିଛି । ବିଏସଏନଏଲ ପରିବର୍ତ୍ତେ ବିକଳ୍ପ ଭାବେ ଘରୋଇ ହାଇସ୍ପିଡ ଇଣ୍ଟରନେଟ ବ୍ୟବସ୍ଥା କରାଯାଇ ଢେଙ୍କିକୋଟ ଉପ ଡାକଘରର ଅର୍ଦ୍ଦଅଚଳବସ୍ଥା ଦୂର କରାଯିବାକୁ ଦାବି ହେଇଛି ।

Comments are closed.