ନକଲି ମଦ କାରଖାନା ଠାବ, ୪ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନରେ ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି। ଭୁବନରୁ ବୁଦ୍ଧେଶ୍ବରକୁ ନକଲି ମଦ ଚାଲାଣ ହେଉଥିଲା। ସେହି ସମୟରେ ରାସ୍ତାରେ ଅବକାରୀ ବିଭାଗର ଚଢାଉ ପରେ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। କାରଖାନାରୁ ବିପୁଳ ପରିମାଣର ଦେଶୀ ମଦ, ସ୍ପିରିଟ୍, ଷ୍ଟିକର, ଠିପି ଓ ପ୍ୟାକିଂ ମେସିନ ଜବତ ହୋଇଛି।

Comments are closed.