ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼

ଢେଙ୍କାନାଳ: ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼ ଅଭିଯୋଗ । କିଛି ଦୁର୍ବୃତ୍ତ ବାଇକରେ ଆସି ଢ଼େଙ୍କାନାଳ ନବନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢ଼େ ଗୋଟାଏ ସମୟରେ ୬ଜଣ ଦୁର୍ବୃତ୍ତ ୩ଟି ବାଇକରେ ଆସି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଫାଟକ ନିକଟରେ ବୋମାମାଡ଼ କରିଥିଲେ । ବୋମାଡ଼ର ଶବ୍ଦରେ ପରିବାର ସମସ୍ତ ସଦସ୍ୟଙ୍କ ନିଦ ଭାଙ୍ଗିଯାଇଥିଲା । ପରେ ଏନେଇ ପରିବାର ପକ୍ଷରୁ ପୁଲିସକୁ ଜଣାଇବା ସହ ଲିଖିତ ଅଭିଯୋଗ କରାଯାଇଛି । ବୋମାମାଡ଼ରେ ପୌରାଧ୍ୟକ୍ଷାଙ୍କ ଫଟକ ସହିତ ୨ଟି ବାଇକ୍‌ କିଛି ମାତ୍ରାରେ ନଷ୍ଟ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ତାହା ସହ ଘଟଣାରେ ସମ୍ପୃକ୍ତ ଥିବା ଦୃର୍ବୃତ୍ତଙ୍କୁ ପୁଲିସ ଶୀଘ୍ର ଧରିବା ସହ କାର୍ଯ୍ୟାନୁଷ୍ଠନ ​‌​‌ନେବାକୁ କୁହାଯାଇଛି ।

Comments are closed.