ନାଳରୁ ଉଦ୍ଧାର ହେଲା ଶିଶୁ କନ୍ୟାର ମୃତଦେହ

ଢେଙ୍କାନାଳ : ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଶୁକ୍ରବାର ଜଣାପଡ଼ିଛି। ଏକ ୪ ବର୍ଷର ଶିଶୁ କନ୍ୟାର ମୃତଦେହ ଏକ ନାଳରୁ ଉଦ୍ଧାର ହୋଇଛି। ଗତ କାଲି ଠାରୁ ଉକ୍ତ ଶିଶୁ କନ୍ୟାଟି ନିଖୋଜ ରହିଥିଲା। ଆଜି ସକାଳ ସମୟରେ ଶିଶୁଟିର ମୃତଦେହ ଘର ନିକଟ ନାଳରେ ଭାସୁଥିବା ଦେଖି ସ୍ଥାନୀୟଲୋକେ ଶିଶୁର ଘରଲୋକ ଓ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସହ ଶିଶୁଟିର ଶରୀରରେ କିଛି କ୍ଷତ ଚିହ୍ନ ଥିବା ଜଣାପଡ଼ିଛି। ଘଟଣା ବିଷୟରେ କୌଣସି ସ୍ପଷ୍ଟତା ମିଳିପାରି ନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ସମୟରେ ଶିଶୁଟି ନିଜ ଘର ନିକଟରେ ଖେଳୁଥିଲା। ମାତ୍ର କିଛି ସମୟ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଶିଶୁଟିର କୌଣସି ସନ୍ଧାନ ମିଳିପାରି ନଥିଲା।

Comments are closed.