ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଓ ମହାବିରୋଡ଼ ବନାଞ୍ଚଳ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଗଣଧାରଣା

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଓ ମହାବିରୋଡ଼ ବନାଞ୍ଚଳ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଡ଼ିହଡୋଳ ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟ ମୁଖ୍ୟ ଫାଟକ ସମୁଖରେ ଜଣେ ମହିଳା କର୍ମଚାରୀଙ୍କ ପରିବାର ଓ ଡ଼ମୋଳ ଗ୍ରାମବାସୀଙ୍କ ପକ୍ଷରୁ ଗୁରୁବାର ସାମୁହିକ ଗଣଧାରଣା ଦିଆଯାଇଛି ।
ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲା ବନଖଣ୍ଡ ଅଧିନସ୍ଥ ମହାବିରୋଡ଼ ରେଞ୍ଜ ଅନ୍ତର୍ଗତ ଡ଼ିହଡୋଳ ଫରେଷ୍ଟ ସେକ୍ସନ ଡ଼ମୋଳ ଗାଁରେ ୧୯.୦୮.୨୦୧୯ରେ ସଂଯୁକ୍ତା ସାମଲଙ୍କ ପୁଅକୁ ହାତୀମାରି ଦେଇଥିଲା। ଏନେଇ ପରିବାର , ଗ୍ରାମବାସୀ ଓ ସ୍ଥାନୀୟ ଅଞ୍ଚଳ ବୁଦ୍ଧିଜୀବୀମଙ୍କ ପକ୍ଷରୁ ବିଭିନ୍ନ ଦାବିନେଇ ସରାଙ୍ଗସ୍ଥ ୧୪୯ ନମ୍ବର ଜାତୀୟ ରାଜପଥ ଠାରେ ୧୦ ଦଫା ନେଇ ରାସ୍ତାରୋକ ହୋଇଥିଲା। ଘଟଣା ସ୍ଥଳରେ ତତ୍କାଳୀନ ଡ଼ିଏଫଓ ସୁଦର୍ଶନ ପାତ୍ର ପହଞ୍ଚି ଘଟଣାର ସମାଧାନ କରି ମୃତକ ମିଥୁନ ସାମଲଙ୍କ ପରିବାରରୁ କେହି ପୁରୁଷ ବ୍ୟକ୍ତି ନ ଥିବାରୁ ମିଥୁନଙ୍କ ମା’ଙ୍କୁ ଡିହଡୋଳ ଫରେଷ୍ଟ ସେକ୍ସନ କାର୍ଯ୍ୟାଳୟରେ ତଳିଆ କର୍ମଚାରୀ ଭାବେ ନିଯୁକ୍ତି ଦେଇଥିଲେ। ସଂଯୁକ୍ତା ସାମଲ ୦୫.୦୯.୨୦୧୯ରେ କାର୍ଯ୍ୟରେ ଯୋଗଦେଇ ମାସିକ ୮ହଜାର ଟଙ୍କା ଦରମା ପାଉଥିଲେ । ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା ମହିଳାଙ୍କୁ କର୍ମଚାରୀଙ୍କୁ ବାହାରକରି ଦେଇଥିଲେ। ପ୍ରତିବାଦରେ ଡିହଡୋଳ ବନପାଳ ଅଧିକାରୀଙ୍କ କାର୍ୟ୍ୟାଳୟସମୁଖରେ ଧାରଣା ଜାରି ରହିଛି ।