ପୋଖରୀରେ ବୁଡି ଯୁବକ ମୃତ

କାମାକ୍ଷାନଗର : ଢେଙ୍କାନାଳ ଜିଲା କାମାକ୍ଷାନଗରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ହେଲେ କାମାକ୍ଷାନଗର ଏନଏସି ପୂରୂଣା ରେକୁଳା ଗ୍ରାମର ସାମଲ ଖଟୁଆ। ଗତକାଲି କାଲିଠାରୁ ସାମଲ ଘରୁ ଆସିଥିବା ବେଳେ ଆଉ ଫେରିନଥିଲେ। ଆଜି ସକାଳୁ ଗ୍ରାମ ନିକଟସ୍ଥ ଏକ ପୋଖରିରୁ ତାଙ୍କର ମୃତଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। ଶୌଚ ପାଇିଁ ଯାଇଥିବା ବେଳେ ଅସାବଧାନତାବଶତଃ ପୋଖରୀରେ ପଡିଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ପରିବାର ଲୋକ ମୃତଦେହକୁ ଚିହ୍ନଟ କରିବା ପରେ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଂଚି ଶବକୁ ଉଦ୍ଧାର କରିଥିଲା । ଖବର ପାଇ କାମାକ୍ଷାନଗର ପୁଲିସ ପହଂଚି ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କାମାକ୍ଷାନଗର ମେଡିକାଲରେ ଭର୍ତି କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.