ଧଉଳି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ

0

ଭୁବନେଶ୍ୱର : ଧଉଳି ଏକ୍ସପ୍ରେସର ଗୋଟିଏ ବଗି ଲାଇନଚ୍ୟୁତ ହୋଇ ଯାଇଛି। ମଙ୍ଗଳବାର ଦିନ ଏକ୍ସପ୍ରେସଟି ହାୱଡାରୁ ପୁରୀ ଆସିବା ବାଟରେ  ଲାଇନଚ୍ୟୁତ ହୋଇଛି। ଖଡଗପୁର ଭୋଗପୁର-ପାଂସକୁଡା ମଧ୍ୟରେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି। ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ସୂଚନା ମିଳିଛି। ଲାଇନଚ୍ୟୁତ ବଗିରେ ୮୫ଜଣ ଯାତ୍ରୀ ଥିଲେ। ରେଲୱେ ପକ୍ଷରୁ ହେଲ୍ପ ଲାଇନ ଜାରି କରାଯାଇଛି। ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପି.ଏସ ମିଶ୍ରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ହାଇଦ୍ରାବାଦରୁ ସିକନ୍ଦରାବାଦ ଯାଉଥିବା ଫାଲୁକନୁମା ଏକ୍ସପ୍ରେସରେ ଯାତ୍ରୀମାନଙ୍କୁ ପଠା ଯାଇଥିବା ଜଣାପଡିଛି।

Leave A Reply