କରୋନା କବଳରେ ‘ଡାନ୍ସ ଦିୱାନେ-୩’ର ଜଜ୍‍ ଧର୍ମେଶ୍‍

ମୁମ୍ବଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଡାନ୍ସ ରିଆଲିଟି ଶୋ ‘ଡାନ୍ସ ଦିୱାନେ-୩’ର ଜଜ୍‍ ଦାୟିତ୍ୱ ତୁଲାଉଥିବା ଧର୍ମେଶ ୟେଲାନ୍ଦେ କରୋନା ସଂକ୍ରମିତ ହୋଇଛନ୍ତି। ପୂର୍ବରୁ ୧୮ ଜଣ କ୍ରୁ ମେମ୍ବରଙ୍କ ସମେତ ୩ ପ୍ରତିଯୋଗୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଧର୍ମେଶ କରୋନା ପଜିଟିଭ୍‍ ଚିହ୍ନଟ ହେବା ପରେ ଏବେ ତାଙ୍କ ସ୍ଥାନରେ ଶକ୍ତି ମୋହନ ଓ ପୁନୀତ ଜେ ପାଠକ୍‍ ଏହି ଶୋ’ର ଜଜ୍‍ ଦାୟିତ୍ୱ ତୁଲାଇବେ।

ସୂଚନା ମୁତାବକ, ଧର୍ମେଶ ଅସୁସ୍ଥ ଅନୁଭବ କରିବାରୁ ଗୋଆରେ କୋଭିଡ-୧୯ ଟେଷ୍ଟ କରାଇଥିଲେ। ଏହା ପଜିଟିଭ ଆସିବା ପରେ ସେ କ୍ୱାରେଣ୍ଟାଇନରେ ଅଛନ୍ତି। ଅନ୍ୟ ୨ ଜଜ ମାଧୂରୀ ଦୀକ୍ଷିତ ଓ ତୁଷାର କାଳିଆଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

Comments are closed.