ତିନିଦିନିଆ ମଙ୍ଗୋଲିଆ ଗସ୍ତରେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : ପେଟ୍ରୋଲିୟମ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାରଠାରୁ ଠାରୁ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି । ଭାରତର ଆର୍ଥିକ ସହାୟତାରେ ନିର୍ମିତ ମଙ୍ଗୋଲ ରିଫାଇନାରୀ ପ୍ରକଳ୍ପର ଯେଉଁ ଭିତ୍ତିଭୂମି ବିକଶିତ ହୋଇଛି ତାହାର ଉଦ୍‍ଘାଟନୀ ଉତ୍ସବରେ ସେ ଅଂଶଗ୍ରହଣ କରିବେ।

୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଙ୍ଗୋଲିଆ ଗସ୍ତ ସମୟରେ ଏହି ମଙ୍ଗୋଲ ରିଫାଇନାରୀ ପ୍ରକଳ୍ପ
ଭିତ୍ତିଭୂମିର ବିକାଶ ପାଇଁ ଭାରତ ୧ହଜାର ୨୩୬ବିଲିୟନ ଆମେରିକୀୟ ଡଲାର ଋଣ ଆକାରରେ ପ୍ରଦାନ କରିଥିଲା । ପରେ
ଗତମାସରେ ମଙ୍ଗୋଲିଆର ରାଷ୍ଟ୍ରପତିଙ୍କ ଭାରତ ଗସ୍ତ ସମୟରେ ଏହି ଋଣ ରାଶିକୁ ବୃଦ୍ଧି କରାଯାଇଛି।

ଏହି ଗସ୍ତକାଳରେ ଶ୍ରୀ ପ୍ରଧାନ ମଙ୍ଗୋଲିଆର ଖଣି ଓ ଭାରୀଶିଳ୍ପ ମନ୍ତ୍ରୀଙ୍କୁ ସାକ୍ଷାତ କରି ରିଫାଇନାରୀ ନିର୍ମାଣ ପାଇଁ କାର୍ଯ୍ୟ ଖସଡା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବେ।

Comments are closed.