ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ ଧର୍ମେନ୍ଦ୍ରଙ୍କ ବିରୋଧ

ଭୁବନେଶ୍ବର: ଓଡ଼ିଶା ବିଶ୍ବବିଦ୍ୟାଳୟ ଅଧ୍ୟାଦେଶକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧ କରିଛନ୍ତି। ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍‌ଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ଚିଠିରେ ମାମଲାରେ ହସ୍ତକ୍ଷେପ କରିବାକୁ ନିବେଦନ କରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ବିନା ଆଲୋଚନାରେ ସରକାର ଅଧ୍ୟାଦେଶ ଆଣିବା ଜଣାଇଲେ। ବିଧାନସଭାରେ କୌଣସି ଆଲୋଚନା ନ କରି ବିଶ୍ବବିଦ୍ୟାଳୟ ଅଧ୍ୟାଦେଶ ଆଣିଛନ୍ତି। ଜାତୀୟ ଶିକ୍ଷାନୀତିରେ ଏହା ବିରୁଦ୍ଧାଚରଣ କରୁଛି। ‌ ଏଥିରେ ବ୍ୟକ୍ତିଗତ ଭାବେ ଛାତ୍ର ଓ ଶିକ୍ଷକଙ୍କ ସୁରକ୍ଷା ଲାଗି ହସ୍ତକ୍ଷେପ କରିବାକୁ  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଛନ୍ତି। ଏହାସହିତ ୨ଜଣ ଶିକ୍ଷାବିତ୍‌ ଦେଇଥିବା ଚିଠି ବି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୋଖରିଆଲ୍‌ଙ୍କ ପାଖକୁ ପଠାଇଛନ୍ତି।

Comments are closed.