ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ: ଧର୍ମେନ୍ଦ୍ର ପ୍ରଧାନ

ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଉଦ୍ବୋଧନ

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଉର୍ଜା କ୍ଷେତ୍ରକୁ ନୂଆ ଶିଖରକୁ ନେବ ବୋଲି ମଙ୍ଗଳବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ-ୟୁଏସ୍ ବିଜନେସ୍ ଷ୍ଟୋରୀ, ସୁଯୋଗ, ନବଉନ୍ମେଷ ଏବଂ ଉଦ୍ୟମିତା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଟ୍ରମ୍ପଙ୍କ ବୈଠକରେ ଉର୍ଜା ସ୍ତମ୍ଭକୁ ଗୁରୁତ୍ୱ ଦେବା ସହ ଦ୍ୱିପାକ୍ଷିକ ଋଣନୈତିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଭାରତର ଆମେରିକା ଋଣନୈତିକ ଉର୍ଜା ସହଯୋଗ କାରଣରୁ ଗତ ୩ ବର୍ଷରେ ଉର୍ଜା କ୍ଷେତ୍ରରେ ବିକାଶର ସୁପ୍ରଭାବ ଦେଖିବାକୁ ମିଳିଛିା ଏହାବ୍ୟତିତ ଗତ ୩ ବର୍ଷରେ ଭାରତର ହାଇଡ୍ରୋକାର୍ବନ ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତି ପରିଲକ୍ଷିତ ହୋଇଛି ଏବଂ ଏହା ହିଁ ଦୁଇ ଦେଶ ମଧ୍ୟରେ ଥିବା ବିକାଶର ସମ୍ପର୍କକୁ ପ୍ରତିଫଳିତ କରୁଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ଗତକାଲି ଆମେରିକାର ଉର୍ଜା ସଚିବ ଡାନ୍ ବ୍ରୌଲିଟି ମଧ୍ୟରେ ହୋଇଥିବା ସମୀକ୍ଷୀ ବୈଠକ ଦ୍ୱାରା ଭାରତ ଏବଂ ଆମେରିକା ମଧ୍ୟରେ କ୍ରିୟାନ୍ୱିତ ଋଣନୈତିକ ଉର୍ଜା ସହଯୋଗକୁ ନୂଆ ସ୍ତରକୁ ନେବା ପାଇଁ ନିଷ୍ପତି ନିଆଯାଇଛି। ଭାରତ ଓ ଆମେରିକା ସମ୍ପର୍କ ଦ୍ୱାରା ଦେଶକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ମଧ୍ୟ ସହଜ ହେବ। ସେହିପରି ଗତକାଲି ଆଇଓସିଏଲ ଏବଂ ଏକ୍ସନ ମୋବିଲ୍ ମଧ୍ୟରେ ଏକ ଚୁକ୍ତି ପତ୍ର ସ୍ୱାକ୍ଷରିତ ହୋଇଯାଇଛି, ଯାହା ଭାରତୀୟ ବଜାରରେ ଏଲଏନଜିର ଉପଲବ୍ଧିରେ ବୃଦ୍ଧି ଘଟିବ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଭାରତର ଉର୍ଜା କ୍ଷେତ୍ର ଏହି ଲକ୍ଷ୍ୟକୁ ହାସଲ କରିବା ଦିଗରେ ଉଦ୍ୟମରତ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଭାରତ ଦ୍ରୁତତମ ଅର୍ଥନୀତି ବଢୁଥିବା ଦେଶ ମଧ୍ୟରୁ ଅନ୍ୟତମ ଏବଂ ୨୦୩୫ ସୁଦ୍ଧା ବାର୍ଷିକ ୪.୨ ପ୍ରତିଶତ ଉର୍ଜା ବ୍ୟବହାର ବୃଦ୍ଧି ପାଇବ। ଆମେ ସୁରକ୍ଷିତ ପଦ୍ଧତିରେ ସୌର ଉର୍ଜା ଏବଂ ବିକଳ୍ପ ଉର୍ଜାର ସନ୍ଧାନ କରିବା ଦିଗରେ କାର୍ୟ୍ୟ କରୁଛୁ ଏବଂ ଏଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଥିବା ଶ୍ରୀ ପ୍ରଧାନ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ ଦେଶ, ଗୋଟିଏ ଗ୍ୟାସ ଗ୍ରୀଡ୍ ଦୂରଦୃଷ୍ଟି ଆମକୁ ଦେଶରେ ଗ୍ୟାସ ଭିତିଭୂମିର ସଂପ୍ରସାରଣ କରିବାକୁ ଉତ୍ସାହ ଦେଉଅଛି। ଦେଶର ଗ୍ୟାସ ଭିତିଭୂମିକୁ ସୁଦୃଢ କରିବା ପାଇଁ ପାଇଇଲାଇନ, ସିଟି ଗ୍ୟାସ ବିତରଣ ଏବଂ ଏଲଏନଜି ଟର୍ମିନାଲ କାର୍ୟ୍ୟ ପାଇଁ ଆମେରିକୀୟ ଡଲାରରେ ୬୦ ବିଲିୟନ ପୁଞ୍ଜିନିବେଶ କରାଯିବା ପାଇଁ ଆକଳନ କରାଯାଇଛି। ଏତଦବ୍ୟତିତ ସିଜିଡି ବା ସିଟି ଗ୍ୟାସ ବିତରଣ ନେଟଓା୍ୱର୍କ ସଂପ୍ରସାରଣରେ ଦ୍ରୁତ ବୃଦ୍ଧି ହେଉଛି। ଦେଶର ଜନସଂଖ୍ୟାର ପ୍ରାୟ ୭୦ ପ୍ରତିଶତ ଏହି ନେଟୱାର୍କ ଉପଲବ୍ଧ ହୋଇଥିବା ବେଳେ ଖୁବ ଶୀଘ୍ର କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ସିଜିଡି ନେଟୱାର୍କ ସଂପ୍ରସାରଣ କରାଯିବ। ଅପରପକ୍ଷରେ ୨୦୨୪ ସୁଦ୍ଧା ସମଗ୍ର ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ୧୦୦ ବିଲିୟନ ଡଲାର ପୁଞ୍ଜିନିବେଶ ଏହି କ୍ଷେତ୍ରକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଆମେରିକା ଓ ଭାରତ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ସ୍ୱଚ୍ଛ ଉର୍ଜା ବିକାଶରେ ବୃଦ୍ଧି ଘଟିଛି। ଆମେରିକାର ସହଯୋଗ ଦ୍ୱାରା ୨୦୩୦ ସୁଦ୍ଧା ଦେଶର ଇସ୍ପାତ୍ ଉତ୍ପାଦନ କ୍ଷମତାକୁ ୧୪୦ ମେଟ୍ରିକ୍ ଟନରୁ ୩୦୦ ମେଟ୍ରିକ୍ ଟନ୍ କ୍ଷମତାକୁ ବୃଦ୍ଧି କରିବା ଲକ୍ଷ୍ୟରେ ଅଗ୍ରସର ହେଉଛୁ। କୋକିଂ କୋଲ୍ କ୍ଷେତ୍ରରେ ମଧ୍ୟ ଆମେରିକା ସହ ଦୀର୍ଘମିଆଦି ସହଯୋଗ ଲୋଡିବା ବ୍ୟବସାୟିକ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଆମେରିକାକୁ ଭାରତର ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶରେ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ।

Comments are closed.