ଇସ୍ପାତ ନିର୍ମାଣକାରୀଙ୍କ ସହ ବିଭାଗୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୈଠକ

ଭିଲାଇ ଇସ୍ପାତ କାରଖାନାରେ ଉତ୍ପାଦନ କ୍ଲଷ୍ଟର ନିର୍ମାଣ ପାଇଁ ରୋଡ ମ୍ୟାପ ଉପରେ ଆଲୋଚନା

ନୂଆଦିଲ୍ଲୀ : ଭିଲାଇ ଇସ୍ପାତ କାରଖାନାରେ ଇସ୍ପାତ କ୍ଲଷ୍ଟରର ବିସ୍ତୃତ ଯୋଜନା ସମ୍ପର୍କରେ କେନ୍ଦ୍ର ଇସ୍ପାତ, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସ ଜରିଆରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଇସ୍ପାତ, ସଡକ ପରିବହନ ଓ ରାଜମାର୍ଗ ଏବଂ ରେଳ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଓ ସେଲ ତଥା ଭିଲାଇ ଇସ୍ପାତ କର୍ତ୍ତୃପକ୍ଷ ଯୋଗ ଦେଇଥିଲେ ।

ଏହି ଇସ୍ପାତ କ୍ଲଷ୍ଟର ବିକଶିତ ହେଲେ ସମ୍ପୃକ୍ତ ଅଞ୍ଚଳର ଏମଏସଏମଇ କ୍ଷେତ୍ରକୁ ଅଧିକ ପ୍ରୋତ୍ସାହନ ମିଳିବା ସହ ଅଧିକ କର୍ମସଂସ୍ଥାନ ସୃଷ୍ଟି ହେବ ଓ ସ୍ଥାନୀୟ ଅର୍ଥନୀତି ସୁଦୃଢ ହୋଇପାରିବ। ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ୱାନର ଏକ ଅଂଶବିଶେଷ ଭାବେ ଏହା ମଧ୍ୟ କାର୍ଯ୍ୟ କରିବ ।

ଦୁର୍ଗ ଜିଲ୍ଲାରେ ଥିବା ଇସ୍ପାତ ଫେବ୍ରିକେଟରର ସମସ୍ତ ଆବଶ୍ୟକତା ପୂରଣ କରିବା ସହ ସେଥିରେ ଥିବା ସମସ୍ତ ବାଧାବିଘ୍ନକୁ ହଟାଇବା ପାଇଁ ଶ୍ରୀ ପ୍ରଧାନ ଭିଲାଇ ଇସ୍ପାତ କାରଖାନାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସଡକ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ତରଫରୁ ବିଭିନ୍ନ ସ୍ଥାନରେ ତିଆରି କରାଯାଉଥିବା ପୋଲ ଗୁଡିକରେ, ରେଳ ବିଭାଗ ଭଳି କିଭଳି ଇସ୍ପାତର ଉପଯୋଗ ହୋଇପାରିବ ତା’ଉପରେ ଉପାୟମାନ ବାହାର କରିବା ନେଇ ବୈଠକରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିଥିଲେ ।

Comments are closed.