ଗ୍ୟାସ ଭିତ୍ତିଭୁମିରେ ୪ ଲକ୍ଷ କୋଟି ପୁଞ୍ଜି ନିବେଶ ହେଉଛି – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
- ୪୨ଟି ସିଏନଜି ଷ୍ଟେସନ ଏବଂ ୩ଟି ସିଟି ଗେଟ୍ ଷ୍ଟେସନ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ

ପରିବେଶକୁ ସୁରକ୍ଷିତ ରଖିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଟୋରେଂଟ୍ ଗ୍ୟାସର ୪୨ଟି କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ(ସିଏନଜି) ଏବଂ ୩ଟି ସିଟି ଗେଟ୍ ଷ୍ଟେସନକୁ ଉତ୍ସର୍ଗ କରିଛନ୍ତି। ଦେଶର ଗ୍ୟାସ ଭିତିଭୂମିକୁ ମଜବୁତ୍ କରିବା ପାଇଁ ପାଇପ ଲାଇନର ଶିଳାନ୍ୟାସ ଓ ଟର୍ମିନାଲ, ଗ୍ୟାସ କ୍ଷେତ୍ରରେ ୬୦ ବିଲିୟନ ଅର୍ଥାତ୍ ୪ ଲକ୍ଷ କୋଟିରୁ ଊର୍ଦ୍ଧ୍ବ ଟଙ୍କା ପୁଞ୍ଜିନିବେଶ କରାଯାଉଛି ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି।
Also, welcome Torrent’s announcement of further investments of ₹8,000 crore in the expansion of city gas distribution networks in India and its keenness to invest in futuristic mobility solutions, like #CBG, #LNG and energy retailing. pic.twitter.com/ilvD2867OP
— Dharmendra Pradhan (@dpradhanbjp) October 6, 2020
ଦେଶରେ ସିଟି ଗ୍ୟାସ ବିତରଣ (ସିଜିଡି) ନେଟୱାର୍କର ସଂପ୍ରସାରଣ ପାଇଁ ୮ ହଜାର କୋଟି ଟଙ୍କା ପୁଞ୍ଜିନିବେଶ କରାଯିବା ନେଇ ଟୋରେଂଟ୍ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଏହାକୁ ଶ୍ରୀ ପ୍ରଧାନ ସ୍ୱାଗତ କରିଛନ୍ତି। ସେ କହିଛନ୍ତି ଯେ ବିଗତ ୬ ବର୍ଷରେ ଦେଶରେ ସିଏନଜି ଷ୍ଟେସନ ଦୁଇ ଗୁଣା ହୋଇଛି। ୨୦୧୪ରେ ଦେଶରେ ୯୩୮ ସିଏନଜି ଷ୍ଟେସନ ଥିବାବେଳେ ଏବେ ତାହା ବୃଦ୍ଧି ପାଇ ୨୩୦୦ରେ ପହଁଚିଛି। ସେହିପରି ବହୁତ କମ୍ ସମୟ ମଧ୍ୟରେ ଦେଶରେ ଟେରେଂଟ୍ ପକ୍ଷରୁ ୧୦୦ ସିଏନଜି ଷ୍ଟେସନ ସ୍ଥାପନ କରାଯାଇଛି। ଦେଶରେ ପ୍ରାକୃତିକ ଗ୍ୟାସ ଭିତିଭୂମିକୁ ସଂପ୍ରସାରଣ କରିବାରେ ଟୋରେଂଟ୍ ଗ୍ୟାସର ଉଦ୍ୟମ ପ୍ରଶଂସନୀୟ ବୋଲି ସେ କହିଛନ୍ତି।
ଆଜି ଉତରପ୍ରଦେଶରେ ୧୪ଟି, ମହାରାଷ୍ଟ୍ରରେ ୮ଟି, ଗୁଜୁରାଟରେ ୬ଟି, ପଞ୍ଜାବରେ ୪ଟି, ତେଲେଙ୍ଗାନା ଏବଂ ରାଜସ୍ଥାନରେ ୫ଟି ଲେଖାଏଁ ସିଏନଜି ଷ୍ଟେସନର ଲୋକାର୍ପଣ କରାଯାଇଛି। ଏହା ବ୍ୟତିତ ଉତରପ୍ରଦେଶ, ମହାରାଷ୍ଟ୍ର ଏବଂ ପଞ୍ଜାବରେ ଗୋଟିଏ ଲେଖାଁଏ ସିଟି ଗେଟ୍ ଷ୍ଟେସନ ଲୋକାର୍ପଣ କରାଯାଇଛି। ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ସମସ୍ତ ୪୨ଟି ସିଏନଜି ଷ୍ଟେସନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିରେ ଥିବା ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବାରେ ସହାୟକ ହେବ। ଦେଶ ଗ୍ୟାସ ଆଧାରିତ ଅର୍ଥନୀତି ଦିଗକୁ ଅଗ୍ରସର ହେଉଥିବା ବେଳେ ଏହା ଦେଶର ଅଶୋଧିତ ତୈଳର ନିର୍ଭରତାକୁ ହ୍ରାସ କରିବ।
Comments are closed.