ତୈଳ ଓ ଇସ୍ପାତ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ କଲେ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟରେ ବିଭାଗ ବଣ୍ଟନ ହେବା ପରେ ଶୁକ୍ରବାର ଅନେକ ମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । କେନ୍ଦ୍ର ମନ୍ତ୍ରିପରିଷଦରେ କ୍ୟାବିନେଟ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ତୈଳ ଓ ପ୍ରାକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରଣାଳୟର କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

ଏହାପରେ ସେ ଗଣ ମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ସେ କହିଛନ୍ତି, ଦେଶୀୟ ତୈଳ ଓ ଗ୍ୟାସ୍‍ ଉତ୍ପାଦନ ବୃଦ୍ଧିକୁ ସରକାର ପ୍ରାଧାନ୍ୟ ଦେବେ । ସେ କହିଛନ୍ତି, ଗତ ପାଞ୍ଚ ବର୍ଷ ଧରି ନିଆଯାଇଥିବା ସଂସ୍କାର ମୂଳକ ପଦକ୍ଷେପର ଫଳାଫଳ ମିଳିବା ଆରମ୍ଭ କରିଛି ଓ କେନ୍ଦ୍ର ସରକାର ଆହୁରି ଅଧିକ ସଂସ୍କାର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ।

Image Credit : PIB

 

Comments are closed.