ନୂଆ ଭାରତ ଗଠନରେ ଶିଶୁ ବୈଜ୍ଞାନିକଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ : ଧର୍ମେନ୍ଦ୍ର

0

ଭୁବନେଶ୍ବର : ବିଜ୍ଞାନ ଜୀବନର ଏକ ଅଂଶ ବିଶେଷ। ବିଶ୍ବର କଲ୍ୟାଣ ଯିଏ ଚିନ୍ତାକରେ ତାହା ହିଁ ବିଜ୍ଞାନ ଏବଂ ବିଶ୍ବମାନବଙ୍କ କଥା ଚିନ୍ତା କରୁଥିବା ବ୍ୟକ୍ତି ବୈଜ୍ଞାନିକ। ଆଗାମୀ ଦିନରେ ବୈଜ୍ଞାନିକମାନେ ନୂଆ ଭାରତର ସଂକଳ୍ପ ନେବା ଦରକାର। ଏହି ପରିପ୍ରେକ୍ଷୀରେ ନୂଆ ଭାରତ ଗଠନରେ ଶିଶୁ ବୈଜ୍ଞାନିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ସୋଆ ବିଶ୍ବବିଦ୍ୟାଳୟରେ ଆୟୋଜିତ ୨୬ତମ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ଶ୍ରୀ ପ୍ରଧାନ କହିଥିଲେ ଯେ ଓଡିଶା ହେଉଛି ବିଜ୍ଞାନର ରାଜ୍ୟ। ଓଡିଶାର କଳା, ସଂସ୍କୃତି, ପରମ୍ପରା ପାଇଁ ସେ ଗର୍ବିତ। ଗତ ହଜାର ବର୍ଷ ପୂର୍ବେ ସେ ସମୟରେ ଜଣେ ଶିଶୁ ବୈଜ୍ଞାନିକ ଧର୍ମପଦ ବା ଧରମୁ କୋଣାର୍କ ମନ୍ଦିରର ମୁଣ୍ଡି ମାରିଥିଲେ। କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ୧୨୦୦ କାରିଗର ଲାଗିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନଥିଲା। ସୂର୍ୟ୍ୟଙ୍କ ନାମରେ ନିର୍ମିତ କୋଣାର୍କ ମନ୍ଦିରକୁ ସେ ସମୟରେ ବିଶୁ ମହାରଣାଙ୍କ ପୁଅ ଧର୍ମପଦ ନିଜ ଜୀବନ ଦେଇ କୋଣାର୍କ ମନ୍ଦିର ନିର୍ମାଣ କାମ ଶେଷ କରିଥିଲେ। ଅନ୍ତିମ ସ୍ପର୍ଶ ଦେବାରୁ କୋଣାର୍କର କାମ ସମ୍ପୂର୍ଣ୍ଣ ହୋଇପାରିଥିଲା।ସେ କହିଛନ୍ତି ଯେ ପାଣି, ପବନ ପରେ ଉର୍ଜାର ଆବଶ୍ୟକତା ଅଧିକ। ଭାରତ ବର୍ଷକୁ ବିଦେଶରୁ ପ୍ରତିବର୍ଷ ୫ରୁ ୯ ଲକ୍ଷ କୋଟି ଟଙ୍କାର ଉର୍ଜା ଆସୁଛି। ଶିଶୁ ବୌଜ୍ଞାନିକ ଗବେଷଣା କରି ଏହି ସମସ୍ୟା ସମାଧାନ କରିବା ପାଇଁ ବିକଳ୍ପ ବ୍ୟବସ୍ଥା ବାହାର କରିବା ଏବେ ସେମାନଙ୍କ ପାଇଁ ବଡ ଆହ୍ବାନ। ଆମେରିକା ଓ ଚାଇନା ପରେ ଭାରତ ​ହେଉଛି ଉର୍ଜା ବ୍ୟବହାରରେ ତୃତୀୟ ଦେଶ। ତେଣୁ ଘର, ବାହାର, କୃଷୀ ବର୍ଜ୍ୟବସ୍ତୁରୁ କିପରି ଉର୍ଜା ବାହାର କରାଯାଇ ଏହି ସମସ୍ୟା ସମାଧାନ କରାଯାଇପାରିବ ତାହା ଦେଶ ଆଗରେ ବଡ ଆହ୍ବାନ ବୋଲି ଶ୍ରୀ ପ୍ରଧାନ କହିଥିଲେ।
ଭାରତ ସରକାର ଶକ୍ତି ଓ ନୌଯବାନଙ୍କ କ୍ଷେତ୍ରରେ ଦକ୍ଷତା ବିକାଶର କାର୍ୟ୍ୟ କରୁଛି। ବର୍ତ୍ତମାନ ଭାରତ ଯେଉଁ ସମସ୍ୟା ଦେଇ ଗତି କରୁଛି ଏହାର ସମାଧାନ ଏହି କାର୍ଯ୍ୟକ୍ରମକୁ ଆସିଥିବା ଶିଶୁଙ୍କ ହାତରେ ରହିଛି। ଦୁନିଆରେ ଜଳ, ବାୟୁ ଓ ଖାଦ୍ୟ ଯେପରି ଜୀବନରେ ମୌଳିକ ଆବଶ୍ୟକତା ରହିଛି ଠିକ୍ ସେହିପରି ଆଜିର ଆଧୁନିକ ଯୁଗରେ ଶକ୍ତି, ଇନ୍ଧନ, ବିଦ୍ୟୁତ ବିନା ଚାଲିବା ଅସମ୍ଭବ। ବର୍ତ୍ତମାନ ବିଶ୍ବରେ ସବୁଠୁ ଏହା ବଡ ଆହ୍ବାନ। ଭାରତ ଶକ୍ତି ସଂଗ୍ରହ କରିବା ଦିଗରେ ଚାଇନା ଆମେରିକା ପରେ ତୃତୀୟରେ ରହିଛି। ଆଗାମୀ ଦିନରେ ଯୁବ ବୈଜ୍ଞାନିକଙ୍କ ଦ୍ବାରା ୨୦୪୦ରେ ଭାରତ ଶକ୍ତିରେ ସାରା ବିଶ୍ବରେ ପ୍ରଥମ ସ୍ଥାନରେ ରହିପାରିବ। ସେ କହିଛନ୍ତି ଯେ ଇରାନ, ଇରାକ, ସାଉଦୀ ଆରବ, ଭେନିଜୁଆଲାରେ ତୈଳ ଦର ବୃଦ୍ଧି ପାଇଲେ ଭାରତ ଉପରେ ପ୍ରଭାବ ପଡୁଛି। ବୈଜ୍ଞାନିକ ପ୍ରମାଣ କରିଛନ୍ତି ଯେ ବୃକ୍ଷ, ଲତା, ଭୂମୀ ସବୁଠାରେ ଶକ୍ତି ରହିଛି। ଯଦି ଆମେ ବିଦେଶକୁ ଦେଉଥିବା ୫ରୁ ୯ ଲକ୍ଷ କୋଟି ଟଙ୍କାକୁ ବିନିଯୋଗ କରି ଜଙ୍ଗଲରୁ ମିଳୁଥିବା ବର୍ଜ୍ୟବସ୍ତୁ ବୈଜ୍ଞାନିକ ପ୍ରଣାଳୀରେ ଶକ୍ତି ସଂରକ୍ଷଣ କରିପାରିବା ତେବେ ଭାରତ ନିଜ ପ୍ରଚେଷ୍ଟାରେ ଅଧିକ ଶକ୍ତି ସଂଗ୍ରହ କରିପାରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Leave A Reply