ରାଜ୍ୟଶିକ୍ଷା ବିଲ୍ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ବର: ବିଧାନସଭାରେ ଗୃହୀତ ହୋଇଥିବା ବିଶ୍ବବିଦ୍ୟାଳୟ ସଂଶୋଧନ ବିଧେୟକ-୨୦୨୦କୁ ରାଜ୍ୟର ବୃହତ୍ତର ଶୈକ୍ଷିକ ସମାଜ ଦୃଢ ବିରୋଧ କରୁଛି । ଏହା ସହ ଏହି ବିଧେୟକ ଦେଶର ସାମ୍ବିଧାନିକ ବ୍ୟବସ୍ଥା ତଥା ୟୁଜିସି ନିୟମାବଳୀର ଦୃଢ ବିରୋଧଚାରଣ କରୁଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ଛାତ୍ର, ଶିକ୍ଷକ,ଗବେଷକ ତଥା ଉଚ୍ଚଶିକ୍ଷା ବ୍ୟବସ୍ଥାର ସ୍ବାର୍ଥରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡା.ରମେଶ ପୋଖରିୟାର ନିସଙ୍କ ବ୍ୟକ୍ତିଗତ ଭାବରେ ହସ୍ତକ୍ଷେପ କରି ଏହି ବିଧେୟକକୁ ଉଚ୍ଛେଦ କରିବା ପାଇଁ ପଦକ୍ଷେପ ନେବାକୁ ଏକ ପତ୍ରରେ ଦୃୃୃଢ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ସରକାରଙ୍କର ଏହି ନୂଆ ନିୟମରେ ବିଶ୍ୱ ବିଦ୍ୟାଳୟ ମାନଙ୍କର ନୀତି ନିର୍ଦ୍ଧାରକ ସିନେଟ୍ ବ୍ୟବସ୍ଥାକୁ ସମାପ୍ତ କରି ଏହା ସ୍ଥାନରେ ସରକାର ନିୟନ୍ତ୍ରିତ ସିଣ୍ଡିକେଟ୍ ବ୍ୟବସ୍ଥା ପ୍ରଚଳନ କରିବାର ଉଲ୍ଲେଖ କରିଛନ୍ତି।

ବିଶ୍ବବିଦ୍ୟାଳୟ କୁଳପତି ଚୟନ ଓ ନିଯୁକ୍ତି ପ୍ରକ୍ରିୟାକୁ ରାଜ୍ୟ ସରକାର ଚତୁରତାର ସହିତ ନିଜ ନିୟନ୍ତ୍ରଣରେ ରଖିବାପାଇଁ ସରକାରଙ୍କ ପ୍ରତିନିଧ ରଖିବା ସହ ଏହି ଚୟନ କମିଟିକୁ ଅଣ ଏକାଡେମିକ ପୃଷ୍ଠଭୂମିର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦେଉଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ବିଶ୍ବବିଦ୍ୟାଳୟର ଶିକ୍ଷକ ନିଯୁକ୍ତି ଅଧିକାରରୁ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ବଞ୍ଚିତ କରି ଏହି କାମକୁ ଓଡିଶା ପବ୍ଲିକ ସର୍ଭିସ କମିଶନକୁ ପ୍ରଦାନ କରିବା ଦ୍ବାରା ରାଜ୍ୟ ସରକାର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ରିମୋଟ କଣ୍ଟ୍ରାଲ ବ୍ୟବସ୍ଥାରେ ରଖିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଅଭିଯୋଗ କରିଛନ୍ତି ।

ଏହା ସହ ବିଶ୍ବବିଦ୍ୟାଳୟର ଆୟ-ବ୍ୟୟ ବିବରଣୀ ସାମ୍ବିଧାନିକ ବ୍ୟବସ୍ଥା ରାଜ୍ୟ ବିଧାନସଭାରେ ଉପସ୍ଥାପନ କରାଯିବାର ବ୍ୟବସ୍ଥାକୁ ନୂଆ ବିଧେୟକରେ ବନ୍ଦ କରି ଦିଆଯିବା ଦ୍ବାରା ଜନ ସାଧାରଣଙ୍କ ଅର୍ଥ ଖର୍ଚ୍ଚର ସଠିକ ସମୀକ୍ଷା ହୋଇ ପାରିବ ନାହିଁ ବୋଲି ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ୟୁଜିସି ଆକ୍ଟ-୧୯୫୬ ଆଧାରରେ ୟୁଜିସିର ନିୟମ ଆଧାରରେ ଓଡିଶାର ବିଶ୍ଵବିଦ୍ୟାଳୟ ଗୁଡିକର ପରିଚାଳନା ଆଇନ ସମ୍ମତ । ଓଡ଼ିଶାର ନୂଆ ନିୟମରେ ବିଶ୍ବବିଦ୍ୟାଳୟ ଅଧ୍ୟାପକ ଚୟନ ପ୍ରକ୍ରିୟା ଓପିଏସସି ଦ୍ଵାରା କରାଯିବ। ୟୁଜିସି ନିୟମ ଅନୁସାରେ ସମ୍ପୂର୍ଣ ବେଆଇନ୍ ବୋଲି ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ଏହି ପ୍ରକାର ପରିସ୍ଥିତିରେ ଅନ୍ୟ ରାଜ୍ୟମାନେ ପ୍ରସ୍ତୁତ କରିଥିବା ଆଇନ ମାନ୍ୟବର ଉଚ୍ଚତମ ନ୍ୟାୟଳୟରେ ମଧ୍ୟ ଖାରଜ ହେବାର ନଜିର ରହିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପ୍ରଧାନ ବିଭିନ୍ନ ଉଦାହରଣ ଉଲ୍ଲେଖ କରି ଓଡ଼ିଶାର ଏହି ନିୟମ କିପରି ସାମ୍ବିଧାନିକ ବ୍ୟବସ୍ଥାର ପରିପନ୍ଥି ତାହା କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ତାଙ୍କ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି ।

ରାଜ୍ୟରେ ଶୈକ୍ଷିକ ସମାଜ ଏହି ନିୟମକୁ ଦୃଢ ବିରୋଧ କରୁଥିବା ପ୍ରସଙ୍ଗ ଉଲ୍ଲେଖ କରି ରାଜ୍ୟ ବିଶ୍ଵବିଦ୍ୟାଳୟ ଶିକ୍ଷକ ମାନଙ୍କ ଦ୍ବାରା ଗଠିତ ଜଏଣ୍ଡ ଆକ୍ସନ କମିଟି ଦ୍ବାରା କରାଯାଇଥିବା ସର୍ଭେରେ ଏହି ବିଲ୍ ବିରୋଧରେ ଦୃଢମତ ରହିଥିବା ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ରାଷ୍ଟ୍ରୀୟ ଶିକ୍ଷାନୀତି-୨୦୨୦ର ରାଜ୍ୟ ସରକାରଙ୍କ ନିୟମ ଦୃଢ ବିରୋଧଚାରଣ କରିବା କଥା ମଧ୍ୟ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଶ୍ୱବିଦ୍ୟାଳୟ ମାନଙ୍କ ପାଇଁ ସାୟତ୍ତତା ପ୍ରାଥମିକତା ହୋଇଥିବା ବେଳେ ରାଜ୍ୟ ସରକାର ଉଚ୍ଚଶିକ୍ଷାକୁ ପ୍ରଶାସନିକ ନିୟନ୍ତ୍ରଣରେ ରଖି ଏହାକୁ ସରକାରୀ କରଣ କରିବାକୁ ଚାହୁଁଥିବା ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।

Comments are closed.